ପୁରୁଣା ଭୁବନେଶ୍ୱର : ଇଂରାଜୀ ନୂଆବର୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିର ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କା ଦେଖା ଦେଇଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବର୍ତମାନ ପର୍ଯ୍ୟଟକମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନୂଆବର୍ଷର ପ୍ରଥମ ଦିନ ଅଧିକ ଭିଡ଼ ହେବ ବୋଲି ସେବାୟତମାନେ କହିଛନ୍ତି। ତେବେ ମନ୍ଦିରରେ ଅନ୍ୟ ଦିନ ପରି ନୀତି କରାଯିବ। ସକାଳ ୬ରୁ ୭ଟା, ସକାଳ ୯ରୁ ଅପରାହ୍ଣ ୨ଟା ଓ ସନ୍ଧ୍ୟା ସାଢ଼େ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। କେବଳ ଭିଡ଼ ଅଧିକ ହେବାକୁ ଥିବାରୁ ମନ୍ଦିର ନିକଟରେ ବ୍ୟାରିକେଡ୍ କରାଯାଇଛି। ମନ୍ଦିର ପାଚେରି କଡ଼ରେ ଏହି ବ୍ୟାରିକେଡ୍ କରାଯାଇଛି। ଧନୁ ମାସର ନୀତି ଅନୁଯାୟୀ, ମନ୍ଦିରରେ ନୀତିକାନ୍ତି କରାଯିବ। ସକାଳ ପ୍ରାୟ ୯ଟାରେ ସର୍ବସାଧାରଣଙ୍କ ପାଇଁ ଅବଢ଼ା ମିଳିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ଲାଟୁନ୍ ଫୋର୍ସ ରଖାଯିବ ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ କହିଛନ୍ତି।
ନୂଆ ବର୍ଷ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା
/sambad/media/post_attachments/wp-content/uploads/2019/12/lingaraj-temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)