ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନ ପିକ ମନା, ନ ମାନିଲେ ଜରିମାନା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ୱଚ୍ଛତା ପାଇଁ ଏବେ କଡ଼ା ପଦକ୍ଷେପ ନିଆଯାଇଛି। ଏଣିକି ମନ୍ଦିରରେ କେହି ପାନପିକ ପକେଇ ପାରିବେ ନାହିଁ। ଏନେଇ ଦେବୋତ୍ତର ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୧୫ତାରିଖଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ କୌଣସି ଭକ୍ତ କିମ୍ବା ସେବାୟତ ପାନପିକ ପକାଇ ପାରିବେ ନାହିଁ। ଏହାକୁ ଅମାନ୍ୟ କଲେ ୧ଶହ ଟଙ୍କା ଜରିମାନା ଆଦାୟ ହେବ ବୋଲି ସେ କହିଛନ୍ତି। ଏନେଇ ମନ୍ଦିର ସେବାୟତ ମୁଖ୍ୟଙ୍କୁ ନୋଟିସ୍‌ କରାଯାଇଛି। ଅନ୍ୟପଟେ ଏହି ନିଷ୍ପତ୍ତିକୁ ସେବାୟତମାନେ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର