ପୁରୁଣା ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ଆନନ୍ଦ ବଜାରର ପୁନରୁଦ୍ଧାର ଓ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ପ୍ରସାଦ ବିକ୍ରୟ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଶୁଭାରମ୍ଭ କରିଥିଲେ। ଦୁଇଟି ଯାକ ପ୍ରକଳ୍ପ ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପ୍ରାୟ ଦୁଇ କୋଟି ଟଙ୍କା ମଞ୍ଜୁର କରିଛି। ଆନନ୍ଦ ବଜାର ପୁନରୁଦ୍ଧାର କାର୍ଯ୍ୟ ଇନ୍ଟାକ୍ କରିବ ଓ ଅନନ୍ତ ବାସୁଦେବ ମନ୍ଦିରର ପ୍ରସାଦ ବିକ୍ରୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଓଟିଡିସି ତତ୍ତ୍ୱାବଧାନରେ ହେବ। ଆଜିର କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, କର୍ପୋରେଟର୍ ଦୀପ୍ତିମୟୀ ସମର୍ଥା, ରଶ୍ମିତା ମହାପାତ୍ର, ପୁଷ୍ପା ଦାସ, ବିରଞ୍ଚି ନାରାୟଣ ମହାସୂପକାର, ପୂର୍ବତନ କର୍ପୋରେଟର୍ ପ୍ରମୋଦ ମହାପାତ୍ର, ରାଜେନ୍ଦ୍ର ସମର୍ଥା, ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ସମିତି ସମ୍ପାଦକ ବିରଞ୍ଚି ପତି, ଲିଟୁ ମହାପାତ୍ର, ଓଟିଡିସି ଅଧୀକ୍ଷଣ ଯନ୍ତ୍ରୀ ଶିବ ପ୍ରସାଦ ପଟ୍ଟନାୟକ ଓ ଇନ୍ଟାକ୍ର ମଲ୍ଲିକା ମିତ୍ରଙ୍କ ସମେତ ବହୁ ସେବାୟତ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଉପସ୍ଥିତିରେ ୬୦ ନମ୍ବର ଓ୍ଵାର୍ଡର ଲିଙ୍ଗରାଜ ନଗରରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା।
ଲିଙ୍ଗରାଜ ମନ୍ଦିର ଆନନ୍ଦ ବଜାରର ହେବ ନବକଳେବର
/sambad/media/post_attachments/wp-content/uploads/2018/01/lingaraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)