ଆଜି ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ଧାର

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିଥିବା ହାଇମାକ୍ସ୍‌ର ଲାଇଟ୍‌ ବିଦ୍ୟୁତ୍‌ ତାର ସର୍ଟ୍‌ ସର୍କିଟ୍‌ ଯୋଗୁଁ ପୋଡ଼ିଯୁବାରୁ ଆଜି ମଧ୍ୟ ମନ୍ଦିର ପରିସର ଅନ୍ଧାର ରହିଥିଲା। ମାତ୍ର ଦାୟିତ୍ଵରେ ଥିବା ବିଏମ୍‌ସି କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍‌ ବସିଛି। ଏନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟାରେ ସଟ୍‌ ସର୍କିଟ୍‌ ଯୋଗୁଁ ତାର ଜଳି ଯାଇଥିଲା। ଉପସ୍ଥିତ ମନ୍ଦିର କର୍ମଚାରୀ ବିଦ୍ୟୁତ୍‌ ସଂଯୋଗ କାଟିବାରୁ ବଡ଼ ଧରଣର ଅଗ୍ନିକାଣ୍ଡରୁ ରକ୍ଷା ମିଳିଥିଲା। ଗତକାଲି ସନ୍ଧ୍ୟାରୁ ସମସ୍ତ ହାଇମାକ୍ସ୍‌ ଲାଇଟ୍‌ ବନ୍ଦ ରହିଥିବା ବେଳେ ଆଜି ମଧ୍ୟ ଏହାକୁ ମରାମତି କରାଯାଇ ନାହିଁ। ହାଇମାକ୍ସ୍‌ ଲାଇଟ୍‌ର ରକ୍ଷଣା ବେକ୍ଷଣା ଦାୟିତ୍ଵ ବିଏମ୍‌ସି କରିବାକୁ ପୂର୍ବରୁ ଘୋଷଣା କରିଥିଲା। ଏ ସଂପର୍କରେ ବିଏମ୍‌ସିକୁ ଜଣାଇ ଦିଆଯାଇଥିଲେ ଏହାକୁ ମରାମତି କରିବାକୁ କେହି ଆସି ନାହାନ୍ତି। ଯାହା ଫଳରେ ଦୁଇ ଦିନ ହେଲା ମନ୍ଦିର ପରିସର ଅନ୍ଧାରରେ ରହିଛି।

ସମ୍ବନ୍ଧିତ ଖବର