ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଏସ୍ଆଇ ଓ ଆର୍ଏଣ୍ଡ୍ବି ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଏହାର ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମହାଶିବରାତ୍ରି ଅବସରରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ଆର୍ଏଣ୍ଡ୍ବି ବିଭାଗ ପକ୍ଷରୁ ମନ୍ଦିରର ସିଂହଦ୍ଵାରଠାରୁ ଆରମ୍ଭ କରି ଦକ୍ଷିଣ ପାର୍ଶ୍ୱରେ ଥିବା ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଜିଗ୍ଜାଗ୍ ବ୍ୟାରିକେଟ୍ କରାଯିବ। ସେହିପରି ଉତ୍ତର ଦ୍ଵାରଠାରେ ମଧ୍ୟ ଜିଗ୍ଜାଗ୍ ବ୍ୟାରିକେଟ୍ର ବ୍ୟବସ୍ଥା ରହିବ। ଏଥି ସହ ବିଭାଗ ପକ୍ଷରୁ ମନ୍ଦିରର ସିଂହଦ୍ଵାରଠାରୁ ଉଭୟ ପାର୍ଶ୍ୱରେ ବ୍ୟାରିକେଟ୍ କରାଯିବ। ଦକ୍ଷିଣ ପାର୍ଶ୍ୱରେ ଦକ୍ଷିଣ ଦ୍ଵାର ପର୍ଯ୍ୟନ୍ତ ଓ ଉତ୍ତରରେ ଉତ୍ତର ଦ୍ଵାର ପର୍ଯ୍ୟନ୍ତ ଏହି ବ୍ୟାରିକେଟ୍ ରହିବ। ଖରାରୁ ରକ୍ଷା ପାଇଁ ଏହି ବ୍ୟାରିକେଟ୍ ଉପରେ ଛାମୁଣ୍ଡିଆ କରାଯିବା ସହ ତଳେ ଚଟ ପକାଯିବ। ତେବେ ଏଏସ୍ଆଇ (କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ) ପକ୍ଷରୁ ମଧ୍ୟ ମନ୍ଦିର ସିଂହଦ୍ଵାର ଠାରୁ ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ଓ ବେଢ଼ା ଚାରିପଟେ ବ୍ୟାରିକେଟ୍ ଲଗାଯିବ। ଜାଗର ଦିନ ମନ୍ଦିର ଭିତର ଓ ଗର୍ଭ ଗୃହକୁ ସଫେଇ କରାଯିବା ପାଇଁ ଏଏସ୍ଆଇ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ୪୦ଜଣ କର୍ମଚାରୀ ଉପସ୍ଥିତ ରହିବେ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମନ୍ଦିର ଭିତରେ ଜଗନ୍ନାଥ ମନ୍ଦିର ନିକଟରେ କାମ ପାଇଁ ରହିଥିବା ପଥର ବିପଦପୂର୍ଣ୍ଣ ଅବସ୍ଥାରେ ଥିଲା। ଏନେଇ ଦୁର୍ଘଟଣାର ଆଶଙ୍କା ଥିବାରୁ ଏହାର ଆଶୁ ସମାଧାନ କରାଯାଇଛି।
ଲାଗିବ ଜିଗ୍ଜାଗ୍ ବ୍ୟାରିକେଟ୍: ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି
/sambad/media/post_attachments/wp-content/uploads/2018/02/Lingaraj_Temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)