ପୁରୁଣା ଭୁବନେଶ୍ୱର: ଚନ୍ଦ୍ର ଗ୍ରହଣ ପାଇଁ ରାତି ଗୋଟାଏରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର ପହୁଡ଼। ସକାଳେ ହେବ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ। ୩୧ ତାରିଖରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ପାଇଁ ମନ୍ଦିରର ନୀତିକାନ୍ତି ସଂପର୍କରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ମନ୍ଦିରରେ ୩୦ ତାରିଖ ରାତି ଗୋଟାଏରେ ପହୁଡ଼ ଖୋଲାଯିବ। ସାଢ଼େ ଗୋଟାଏ ସୁଦ୍ଧା ଆଳତି, ଅବକାଶ କରାଯିବ। ସେହିପରି ୩୧ତାରିଖ ସକାଳେ ସନ୍ଧ୍ୟା ଧୂପ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ୩୦ ତାରିଖ ରାତି ସାଢ଼େ ୨ଟା ସୁଦ୍ଧା ସାହାଣମେଲା ଦର୍ଶନ ଓ ମହାସ୍ନାନ କରାଯିବ। ସେହିପରି ୩୧ତାରିଖ ସକାଳ ୬ଟା ସୁଦ୍ଧା ସନ୍ଧ୍ୟାଧୂପ କରାଯାଇ ସାଢ଼େ ୬ଟା ୨୦ମିନିଟ୍ ସୁଦ୍ଧା ଦେବ ନୀତି ସଂପନ୍ନ ହେବ। ଏହା ପରେ ଭୋଗ ଓ ପୂଜାର୍ଚନା ବନ୍ଦ ରହିବ। ସନ୍ଧ୍ୟା ସାଢ଼େ ୬ଟାରେ ଗ୍ରହଣ ଚାଲୁଥିବା ସମୟରେ ଶ୍ରୀଜିଉ ଗ୍ରହଣ ସ୍ନାନ ପାଇଁ ବିନ୍ଦୁସାଗରକୁ ଯାତ୍ରା କରିବେ। ଏହା ପରେ ଗ୍ରହଣ ଭୋଗ ଲାଗି କରାଯିବ। ରାତି ୮ଟା ୪୬ମିନିଟ୍ ସର୍ବମୋକ୍ଷ ପରେ ମନ୍ଦିରରେ ରୋଷ ହୋମ ସହ ବଡ଼ସିଂହାର ଓ ଅନ୍ୟାନ୍ୟ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ରାତି ଗୋଟାଏରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର
୩୧ରେ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି
/sambad/media/post_attachments/wp-content/uploads/2018/01/lingaraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)