ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। କେଉଁଠି ଉଚ୍ଛେଦ ହୋଇ ମାଟି ପଥର ବାହାର କରାଯାଉଛି ତ କେଉଁଠି ରାସ୍ତା କରାଯାଉଛି। ଆଉ କେଉଁଠି ପ୍ଲେଟ୍ ପଡ଼ି ଗଛ ଲାଗୁଛି। ଆଜି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ନିକଟକୁ ଯାଇ କାର୍ଯ୍ୟର ତଦାରଖ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ତାଙ୍କ ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ମିଶ୍ର ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମିଲ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଥମେ ପୁରୁଣା ଲିଙ୍ଗରାଜ ମାର୍କେଟ ଭଙ୍ଗା ଯାଇଥିଲା। ପରେ ବିଭିନ୍ନ ଅସ୍ଥାୟୀ ଦୋକାନ ଉଚ୍ଛେଦ କରାଗଲା। ବାସୁଦେବ ମନ୍ଦିର ନିକଟ ଅର୍ଧନିର୍ମିତ ରୋଷଘର, ଲିଙ୍ଗରାଜ ଥାନାର ପୁରୁଣା ବିଲ୍ଡିଂ, ନୂଆ ବିଲ୍ଡିଂ, ଥାନା ବାରାକ୍, ଥାନା କ୍ବାଟର୍ସ, ସୁଲଭ ଶୌଚାଳୟ ଆଦି ଭଙ୍ଗା ଯାଇଛି। ବିଏମ୍ସି ଓ ବିଡିଏ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇ ପୂର୍ବ ଘୋଷଣା ଅନୁଯାୟୀ ରାସ୍ତା ନିର୍ମାଣ କରାଯିବା ସହ ଖାଲି ସ୍ଥାନରେ ସ୍ଲାବ୍ ପକାଇବା, ଗଛ କୁଣ୍ଡ ରଖିବା, ଲାଇଟ୍ ଲଗାଇବା, ଅସ୍ଥାୟୀ ଲୁହା ବ୍ୟାରିକେଡ୍ କରାଯାଇଛି। ଏହି ସବୁ କାମକୁ ଉଭୟ ମନ୍ତ୍ରୀ ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁ, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂର୍ବତନ କର୍ପୋରେଟରମାନେ ଉପସ୍ଥିତ ଥିଲେ।
ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟୀକରଣ ସମୀକ୍ଷା କଲେ ମନ୍ତ୍ରୀ
/sambad/media/post_attachments/wp-content/uploads/2020/01/dgj56dg4j98dg7j89dg4jg6d54j21dg3j13dg2j4dg65j4dgsjdgjgdjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)