ପୁରୁଣା ଭୁବନେଶ୍ୱର: ଆସନ୍ତା ୩୧ତାରିଖରେ ବଡ଼ ଧରଣର ଚନ୍ଦ୍ର ଗ୍ରହଣ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ପରିବର୍ତନ ହୋଇଛି। ମନ୍ଦିରରେ ଗତକାଲି ରାତି ୧ଟାରେ ପହୁଡ଼ ଖୋଲାଯାଇ ସାଢ଼େ ୧ଟା ସୁଦ୍ଧା ଆଳତୀ ଅବକାଶ କରାଯାଇଥିଲା। ସେହିପରି ବୁଧବାର ସକାଳେ ସନ୍ଧ୍ୟା ଧୂପ କରାଯିବ। ସକାଳ ୬ଟା ସୁଦ୍ଧା ସନ୍ଧ୍ୟାଧୂପ କରାଯାଇ ସାଢ଼େ ୬ଟା ୨୦ମିନିଟ୍ ସୁଦ୍ଧା ଦେବ ନୀତି ଶେଷ ହେବ। ଏହା ପରେ ଭୋଗରାଗ ଓ ପୂଜାର୍ଚନା ବନ୍ଦ ରହିବ। ସନ୍ଧ୍ୟା ୫ଟା ୨୦ରେ ଗ୍ରହଣ ସ୍ପର୍ଶ ହେଉଥିବା ବେଳେ ସନ୍ଧ୍ୟା ସାଢ଼େ ୬ଟାରେ ଗ୍ରହଣ ଚାଲୁଥିବା ସମୟରେ ଶ୍ରୀ ଜୀଉ ଗ୍ରହଣ ସ୍ନାନ ପାଇଁ ବିନ୍ଦୁସାଗରକୁ ଯାତ୍ରା କରିବେ। ଏହା ପରେ ଗ୍ରହଣ ଭୋଗ ଲାଗି କରାଯିବ। ରାତି ୮ଟା ୪୭ମିନିଟ୍ ପରେ ଗ୍ରହଣ ସର୍ବମୋକ୍ଷ ପରେ ମନ୍ଦିରରେ ରୋଷ ହୋମ କରାଯିବା ସହ ବଡ଼ସିହାଂର ଓ ଅନ୍ୟାନ୍ୟ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତି ପରିବର୍ତନ
/sambad/media/post_attachments/wp-content/uploads/2017/12/Lingaraja-Temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)