କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ହୋଇପାରେ ରୁକୁଣା ରଥ ଯାତ୍ରା

ଭୁବନେଶ୍ବର: କୋଭିଡ ଯୋଗୁ ଚଳିତବର୍ଷ ମଧ୍ୟ ଆଶା ଆଶଙ୍କାରେ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ କେମିତି ରୁକୁଣା ରଥ ଯାତ୍ରା କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି । ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଯିବ, ସରକାର ଅନୁମତି ଦିଅନ୍ତି, ତେବେ ଚଳିତବର୍ଷ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ସେପଟେ ଲିଙ୍ଗରାଜ ମନ୍ଦିର ନିକଟରେ ରଥ କାର୍ଯ୍ୟ ଆଗେଇ ଚାଲିଛି । ଚକ ଓ ଅଖ ନିର୍ମାଣ କାର୍ଯ୍ୟ ମୁଖ୍ୟତଃ ଶେଷ ହୋଇଯାଇଛି ।

ସମ୍ବନ୍ଧିତ ଖବର