ବାରଙ୍ଗ: ପ୍ରସବ ଜନିତ ସମସ୍ୟା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ‘ରେୱା’ର ମୃତ୍ୟୁ ଘଟିଛି। ଗତ ଶନିବାର ‘ରେୱା’ ୩ଟି (୧ମୃତ ଓ ୨ ଜୀବିତ) ଶାବକ ଜନ୍ମ ଦେଇଥିଲା। ଦିନକ ପରେ ଅର୍ଥାତ୍ ଜାନୁଆରି ୨୬ ରବିବାର ସନ୍ଧ୍ୟାରେ ଆଉ ଏକ ମୃତ ଶାବକ ଜନ୍ମ କରିବା ପରେ ତାର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ସୋମବାର ସକାଳୁ ‘ରେୱା’ ସବୁଦିନ ପାଇଁ ଆଖି ବୁଜିଛି। ମୁତ୍ୟୁ ବେଳକୁ ତାର ବୟସ ମାତ୍ର ୮ ବର୍ଷ ହୋଇଥିବା ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ‘ରେୱା’କୁ ଗତ ୨୦୨୦ ମସିହା ଜାନୁଆରି ୨୦ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ କମଳା ନେହରୁ ସଂଗ୍ରହାଳୟରୁ ନନ୍ଦନକାନନକୁ ଅଣାଯାଇଥଲା। ନନ୍ଦନକାନନରେ ‘ରେୱା’ ୩ ଥର ମୋଟ ୮ଟି ଶାବକ ଜନ୍ମ ଦେଇଛି। ଶନିବାର ଜନ୍ମିତ ଶାବକକୁ ଛାଡ଼ି ଏବେ ନନ୍ଦନକାନନରେ ୬ଟି ଶାବକ ଜୀବିତ ଅଛନ୍ତି।
ଆଖି ବୁଜିଲା ସିଂହୀ ‘ରେୱା’
ପ୍ରସବ ଜନିତ ସମସ୍ୟା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ‘ରେୱା’ର ମୃତ୍ୟୁ ଘଟିଛି। ଗତ ଶନିବାର ‘ରେୱା’ ୩ଟି (୧ମୃତ ଓ ୨ ଜୀବିତ) ଶାବକ ଜନ୍ମ ଦେଇଥିଲା। ଦିନକ ପରେ ଅର୍ଥାତ୍ ଜାନୁଆରି ୨୬ ରବିବାର ସନ୍ଧ୍ୟାରେ ଆଉ ଏକ ମୃତ...
/sambad/media/media_files/2025/01/28/Of6cxwY4WJQvGslt47OA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)