ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ସିଂହୀ ‘ସୁପ୍ରିୟା’ର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ନନ୍ଦନକାନନରେ ରହୁଥିବା ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ‘ସୁପ୍ରିୟା’ର ଶରୀର ଅବସ୍ଥା ଠିକ୍ ନ ଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଏ ଓ ପୁଣି କିଛିଦିନ ବ୍ୟବଧାନରେ ସିଂହୀର ଶରୀର ଅସୁସ୍ଥ ହୋଇଯାଏ। ଏପରି ଅବସ୍ଥାରେ ତା’ର ଚିକିତ୍ସା ଜାରି ରହିଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି। ସିଂହୀ ସୁପ୍ରିୟାର ଜନ୍ମ ୧୯୯୪ ମସିହାରେ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/c85b98b7-3328-423b-a827-bac0de1fcab7.jpg)