ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ସିଂହୀ ‘ସୁପ୍ରିୟା’ର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ନନ୍ଦନକାନନରେ ରହୁଥିବା ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ‘ସୁପ୍ରିୟା’ର ଶରୀର ଅବସ୍ଥା ଠିକ୍ ନ ଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯା‌ଏ ଓ  ପୁଣି କିଛିଦିନ ବ୍ୟବଧାନରେ ସିଂହୀର ଶରୀର ଅସୁସ୍ଥ ହୋଇଯାଏ। ଏପରି ଅବସ୍ଥାରେ ତା’ର ଚିକିତ୍ସା ଜାରି ରହିଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି। ସିଂହୀ ସୁପ୍ରିୟାର ଜନ୍ମ ୧୯୯୪ ମସିହାରେ ହୋଇଥିଲା।

ସମ୍ବନ୍ଧିତ ଖବର