ଲାୟନ୍ସ କ୍ଲବ ଭୁବନେଶ୍ୱର ଡିଷ୍ଟ୍ରିକ୍ଟ ୩୨୨ ସି୪ର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଲାୟନ୍ସ କ୍ଲବ ଭୁବନେଶ୍ୱର ଡ଼ିଷ୍ଟ୍ରିକ୍ଟ ୩୨୨ସି୪ର ଷଷ୍ଠ ବାର୍ଷିକ ସମ୍ମିଳନୀ ଗତ ୧୬ ଓ ୧୭ ଦୁଇଦିନ ଧରି କିଟ୍ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଣ୍ଟରନ୍ୟାସ୍‌ନାଲ୍‌ ଡାଇରେକ୍ଟର ଲାୟନ ଜେ.ପି. ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଜେ.ପି ସିଂହଙ୍କ ସହଧର୍ମିଣୀ ଲାୟନ ସିମି ସିଂହ ମଧ୍ୟ ଉପସ୍ଥିତ ଥିଲେ। ଗଭର୍ଣ୍ଣର ଲାୟନ ବିଶ୍ୱନାଥ ମହାନ୍ତି ଓ ଲାୟନ ରେବତୀ ସ’ ସଭା ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ପୁଲିସ୍ କମିସନର ସତ୍ୟଜିତ ମହାନ୍ତି, ଲାୟନ୍ସ କ୍ଲବର ବହୁ ଉଚ୍ଚପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ନୂତନ ଗଭର୍ଣ୍ଣର ଭାବେ ଲାୟନ୍ସ ପ୍ରଦୀପ୍ତ ପଣ୍ଡା, ଡିଜି ଇଲେକ୍ଟ, ଲାୟନ ହରିହର ଦାସ, ଡିଜିଭିଆଇ ଇଲେକ୍ଟ ଓ ଶେଷରେ ଲାୟନ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଡିଜି ଭାବେ ନିର୍ବାଚିତ ହୋଇଥିଲେ। ଶେଷରେ କ୍ୟାବିନେଟ ସମ୍ପାଦିକା ରେବତୀ ସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର