ଲାୟନସ୍‌ କ୍ଲବ୍‌ ପକ୍ଷରୁ କଟକ ଶହୀଦ ଭବନରେ ଆୟୋଜିତ ହେବ ‘ତାମ୍ବୋଲା’ କାର୍ଯ୍ୟକ୍ରମ; ସଂଗୃହୀତ ଅର୍ଥ ଶିଶୁ କର୍କଟ ରୋଗୀଙ୍କ ଚିକିତ୍ସା ଲାଗି ଖର୍ଚ୍ଚ ହେବ

କଟକ: କଟକ ଲାୟନସ୍‌ କ୍ଲବ୍‌, ଭେଲଭେଟ୍‌ ସେଣ୍ଟେନିଆଲ ପକ୍ଷରୁ ଆସନ୍ତା ୧୨ ତାରିଖ ଶନିବାର ସନ୍ଧ୍ୟାରେ କଟକ ଶହୀଦ୍‌ ଭବନ ଠାରେ ‘ହାଉସି ଖେଳ’କୁ ନେଇ ତାମ୍ବୋଲାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରୁ ସଂଗୃହୀତ ହେବାକୁ ଥିବା ଅର୍ଥକୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାରର ସମାଜମଙ୍ଗଳ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ ବୋଲି ଆୟୋଜକମାନେ କହିଛନ୍ତି।

ଭେଲଭେଟ୍‌ ସେଣ୍ଟେନିଆଲ ବ୍ୟାନରରେ ଅନୁଷ୍ଠିତ ହେବାକୁ ଥିବା ଏହି ତାମ୍ବୋଲାର ଆୟୋଜନ ପାଇଁ ପ୍ରାୟ ୩୦ ଜଣ ବାଳିକାଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏଥିରେ ଅଂଶଗ୍ରହଣ କରିବାକୁ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଠାରୁ ଅନୁଦାନ ବାବଦରେ ୫୦୦ ଟଙ୍କା ସଂଗ୍ରହ କରାଯିବ ଏବଂ ପ୍ରତିବଦଳରେ ସେମାନଙ୍କୁ ତାମ୍ବୋଲା ଖେଳିବା ପାଇଁ ୭ଟି ହାଉସି ଟିକେଟ ପ୍ରଦାନ କରାଯିବ। ତାମ୍ବୋଲାରେ ହାଉସିର ୩ ରାଉଣ୍ଡ ଖେଳ ହେବାକୁ ଥିବା ବେଳେ ତୃତୀୟ ତଥା ଶେଷ ରାଉଣ୍ଡକୁ ‘ବମ୍ପର ରାଉଣ୍ଡ’ ରୂପେ ଖେଳାଯିବ। ଏଥିରେ ପ୍ରତିଯୋଗୀମାନଙ୍କ ପାଇଁ ବହୁ ସଂଖ୍ୟାରେ ପୁରସ୍କାର ସହ ଅନେକ ‘ସରପ୍ରାଇଜ୍‌’ ରହିଥିବା କହିଛନ୍ତି ଅନ୍ୟତମ ଆୟୋଜିକା ପ୍ରାଚୀ ମହାଜନ।

ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରୁ ସଂଗୃହୀତ ହେବାକୁ ଥିବା ଅର୍ଥରାଶିକୁ ରାଜ୍ୟର ଶିଶୁ କର୍କଟ ରୋଗୀମାନଙ୍କର ଚିକିତ୍ସା ବାବଦରେ ଖର୍ଚ୍ଚ କରାଯିବ। ଚଳିତ ବର୍ଷ ନବରାତ୍ର ପାଳନ ଅବସରରେ କିଛି ଏକ ନୂଆ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖି କଟକ ଲାୟନସ୍‌ କ୍ଲବ୍‌ ପକ୍ଷରୁ ଏହି ତାମ୍ବୋଲା କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ପାଇଁ ମହିଳାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଥିବା ବେଳେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ପ୍ରତଯୋଗୀ ଏଥିରେ ଅଂଶଗ୍ରହଣ କରବେ ବୋଲି ଆଶା କରା ଯାଉଥିବା କହିଛନ୍ତି ଅନ୍ୟତମ ଆୟୋଜିକା ପ୍ରାଚୀ ମହାଜନ।

ସମ୍ବନ୍ଧିତ ଖବର