ଲାୟନ୍ସ ଇଣ୍ଟର ନେସ୍‌ନାଲ ଡିଷ୍ଟ୍ରିକ୍ଟ ୩୨୨ ସି-୪ର ରାଜ୍ୟପାଳଙ୍କୁ ସାକ୍ଷାତ

ଭୁବନେଶ୍ୱର: ଲାୟନ୍ସ ଇଣ୍ଟରନେସନାଲ୍‌ ଡ୍ରିଷ୍ଟିକ୍ଟ ୩୨୨ସି-୪ ଭାରତର ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ଗଭର୍ଣ୍ଣର ଲାୟନ୍ସ ବିଶ୍ୱନାଥ ମହାନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ଓଡ଼ିଶାର ସମସ୍ତ ଲାୟନ୍ସ ପରିବାର ତଥା ଜନସାଧାରଣଙ୍କର ସୁଖ ସମୃଦ୍ଧି କାମନା କରିଥିଲେ। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ପ୍ରଥମ ମହିଳା କ୍ୟାବିନେଟ ଟ୍ରେଜର୍‌ କୋଷାଧ୍ୟକ୍ଷ ଲାୟନ ରେବତୀ ସ’ ଉପସ୍ଥିତ ଥିଲେ। କ୍ୟାବିନେଟ ସେକ୍ରେଟାରି, ଜୋନ୍ ଚେୟାରମ୍ୟାନଙ୍କ ସମେତ କ୍ୟାବିନେଟ ଟିମ୍‌ ରାଜ୍ୟପାଳଙ୍କୁ ସାକ୍ଷାତ କରି ସର୍ବାଙ୍ଗୀନ ମଙ୍ଗଳ କାମନା କରିଥିଲେ।

ସମ୍ବନ୍ଧିତ ଖବର