ବାଲିପାଟଣା: ଗତକାଲି ରାତିରେ ବାଲିପାଟଣା ଥାନା ଭାପୁର ନାଥସାହିରେ ଘଟିଥିବା ଲିପୁ ନାଥ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଛି। ସେହି ଗାଁର ସମ୍ପର୍କୀୟ ମାମୁ ମିଥୁନ ନାଥ ଓରଫ ହୁଗୁଳିକୁ ତୁରନ୍ତ ଗିରଫ କରିବା ଦାବିରେ ଗତକାଲି ରାତିରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ଗତକାଲି ରାତିରେ ହିଁ କିଛି ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ହୁଗୁଳି ଘରକୁ ଧସେଇ ପଶି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ହତ୍ୟାକାଣ୍ଡ ପାଇଁ ଆଜିଠୁ ତ୍ରିବେଣୀ ମହୋତ୍ସବକୁ ବନ୍ଦ କରିଦିଆଯାଇଛି। ସେହିଭଳି ମୃତକ ଲିପୁଙ୍କ ପରିବାରକୁ ସହାୟତା ଯୋଗାଇବା ଦାବିରେ ଆଜି ଲୋକେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। କିନ୍ତୁ ହତ୍ୟା ଅଭିଯୁକ୍ତ ହୁଗୁଳି ଧରାପଡ଼ିଥିବା ନେଇ ପୁଲିସ ସୂଚନା ଦେବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଧାରଣାରୁ ହଟିଥିଲେ। ତାକୁ ଥାନାରେ ଅଟକ ରଖି ମାରାଥନ ଜେରା କରାଯାଉଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।
Naveen is upset: ବିବ୍ରତ ହୋଇଗଲେଣି ନବୀନ: ତଣ୍ଟିରେ ଲାଗିଛି ନିଲମ୍ବନ କଣ୍ଟା, ବରିଷ୍ଠଙ୍କ ଉପରେ ଭରସା ପାଇଲାନି
ସାନ ଭଉଣୀ ସାମ୍ନାରେ ମାରିଦେଲା
ଗତକାଲି ଲିପୁ, ତା’ର ସାନ ଭଉଣୀକୁ ନେଇ ତ୍ରିବେଣୀଶ୍ବର ପଡ଼ିଆକୁ ମେଳା ବୁଲିବାକୁ ଯାଇଥିଲା। ମେଳାରେ ସମ୍ପର୍କୀୟ ମାମୁ ହୁଗୁଳିକୁ ଦେଖି ଲିପୁ ଥଟ୍ଟାମଜା କରିଥିଲା। ରାଗରେ ହୁଗୁଳି ଗାଳିକରିବା ସହ ଲିପୁକୁ ଦୁଇ ଥାପଡ଼ ମାରିଥିଲା। ଏହାପରେ ଲିପୁ ସାନ ଭଉଣୀକୁ ଧରି ଘରକୁ ବାହାରିଆସିଥିଲା। କିନ୍ତୁ ରାଗରେ ଜଳୁଥିବା ହୁଗୁଳି ସେମାନଙ୍କୁ ପିଛା କରି ରାସ୍ତାକୁ ଆସିଥିଲା ଏବଂ ପୁଣି ଲିପୁକୁ ଗାଳିକରିଥିଲା। ଏଥର ଲିପୁ ମଧ୍ୟ ତାକୁ ପାଲଟା ଗାଳିକରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସାନଭଉଣୀ କହିବା କଥା ହଠାତ୍ ହୁଗୁଳି ଭୁଜାଲି ବାହାର କରି ଲିପୁଙ୍କ ପେଟକୁ ଲାଗଲାଗ ତିନିଥର ଭୁସି ପକାଇଲା। ସେହିଭଳି ଆଉ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଲିପୁଙ୍କ ବାମପଟ କଙ୍କାଳରେ ଭୁଜାଲି ପଶି କିଛି ସମୟ ପାଇଁ ରହିଯାଇଥିଲା। ପରେ ରକ୍ତମୁଖା ହୁଗୁଳି ଭୁଜାଲିକୁ ଭିଡ଼ି ବାହାର କରି ସେଠାରୁ ପଳାଇଥିଲା।
କାହା ରାଗ କାହା ଉପରେ ଶୁଝାଇଲା
ହୁଗୁଳି କାଠ ବ୍ୟବସାୟ କରୁଥିଲା। ସମ୍ପର୍କୀୟ ଭଣଜା ଲିପୁ ସହ ତା’ର ସେଭଳି କୌଣସି ଶତ୍ରୁତା ନଥିଲା। ତେଣୁ ସବୁଦିନିଆ ଥଟ୍ଟାତାମସାରୁ ତାକୁ ହୁଗୁଳି ହତ୍ୟା କରିଥିବ ବୋଲି କେହି ଭାବିପାରୁନାହାନ୍ତି। ଅବଶ୍ୟ ହୁଗୁଳିର ବହୁ ଶତ୍ରୁ ଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା। ତ୍ରିବେଣୀ ମହୋତ୍ସବ ଆରମ୍ଭରୁ ହୁଗଳି କ୍ଲବ୍ ମୁଖିଆ ଭାବେ ସବୁ କଥାର ତଦାରଖ କରୁଥିଲା। କିନ୍ତୁ ଚଳିତବର୍ଷ ତ୍ରିବେଣୀ ମହୋତ୍ସବରେ ତାକୁ ସେତେଟା ଗୁରୁତ୍ବ ଦିଆଯାଇନଥିଲା। ତେଣୁ ସେ ରାଗରେ ଜଳୁଥିଲା। ସୂତ୍ରରୁ ମିଳିଥିବା ଖବର ଅନୁସାରେ ପାଖ ଗାଁର କିଛି ଯୁବକ ପୂର୍ବଶତ୍ରୁତାକୁ ନେଇ ହୁଗୁଳି ଉପରେ ରାଗ ରଖିଥିଲେ। ତେଣୁ ସେମାନଙ୍କ ପାଇଁ ସେ ଭୁଜାଲି ରଖି ବୁଲୁଥିଲା ବୋଲି କୁହାଯାଉଛି। ପୁଲିସ ଜେରା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଉତ୍କଣ୍ଠା ପ୍ରକାଶ ପାଇଛି।
Trump: ସମଗ୍ର ୟୁରୋପକୁ ଧମକାଇଲେ ଟ୍ରମ୍ପ: ଡେନମାର୍କକୁ ଅକୃତଜ୍ଞ କହି ବର୍ଷିଲେ
ମୃତଦେହ ରଖି ରାସ୍ତା ଅବରୋଧ
ବ୍ୟବଚ୍ଛେଦ ପରେ କ୍ୟାପିଟାଲ ହସ୍ପିଟାଲ୍ରୁ ଲିପୁଙ୍କ ମୃତଦେହକୁ ଗାଁକୁ ଅଣାଯାଇଥିଲା। ମୃତଦେହ ପହଞ୍ଚିବା ପରେ ଶହଶହ ସ୍ଥାନୀୟ ଲୋକେ ରାଜାରାସ୍ତାକୁ ଆସିଯାଇଥିଲେ। ଲିପୁଙ୍କ ପରିବାରକୁ ସହାୟତା ଓ ଅଭିଯୁକ୍ତ ହୁଗୁଳିକୁ ତୁରନ୍ତ ଗିରଫ କରିବା ଦାବିରେ ଲୋକେ ଅଠାନ୍ତର-ନୂଆଗାଁ ରାସ୍ତାରେ ନାଥସାହିଠାରେ ରାସ୍ତାରୋକ୍ କରିଥିଲେ। ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଏସିପି ଅଭିମନ୍ୟୁ ନାୟକ, ବାଲିଅନ୍ତା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା, ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ତ୍ରିବେଣୀ ମହୋତ୍ସବ ପାଇଁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରି ମହୋତ୍ସବକୁ ବନ୍ଦ କରିବାକୁ ଦାବି ଉଠିଥିଲା। ସେହିଭଳି ଆମ ସଂଗଠନ ପକ୍ଷରୁ ଲିପୁଙ୍କ ପରିବାରକୁ ୩ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଥିଲା ଏବଂ ତାଙ୍କ ୨ ସାନଭଉଣୀଙ୍କ ପାଠପଢ଼ା ଖର୍ଚ୍ଚ ଆମ ସଂଗଠନ ବୁଝିବ ବୋଲି ପ୍ରତଶ୍ରୁତି ଦେଇଥିଲା।
ହୁଗୁଳି ଘର ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ
କ୍ୟାପିଟାଲ୍ ହସ୍ପିଟାଲ୍ରୁ ଲିପୁଙ୍କ ମୃତ୍ୟୁ ଖବର ଆସିବା ପରେ ଭାପୁର ନାଥସାହିରେ ଉତ୍ତେଜନା ବଢ଼ିଥିଲା। ଉତ୍ତ୍ୟକ୍ତ ଲୋକେ ହୁଗୁଳି ଘରକୁ ଢେଲାମାଡ଼ କରିବା ସହ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ତା ବୁଲେଟ୍, ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ଭାଙ୍ଗି ପକାଇଥିଲେ। ସୌଭାଗ୍ୟକୁ ଏହା ପୂର୍ବରୁ ପୁଲିସ ହୁଗୁଳି ପରିବାର ଲୋକଙ୍କୁ ଉଠାଇନେଇ ଥାନାରେ ଅଟକ ରଖିଥିଲା। ତେଣୁ ସେମାନେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିଯାଇଥିଲେ। ବାଲିପାଟଣା ଥାନା ଅଧିକାରୀ ପୁଲିସ ଫୋର୍ସ ସହିତ ରାତି ତମାମ ନାଥସାହିରେ ଜଗି ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/22/ffshfhfxvb-2026-01-22-03-38-37.jpg)