ପୁଲିସ ହେପାଜତ୍‌ରେ ମଦ ବ୍ୟବସାୟୀଙ୍କ ମୃତ୍ୟୁ

ମେଣ୍ଢାଶାଳ/ବାରଙ୍ଗ : ପୁଲିସ ହେପାଜତ୍‌ରେ ଥିବା ଚୋରା ଦେଶୀ ମଦ ବ୍ୟବସାୟୀ କଣ୍ଟାବାଡ଼ ପଞ୍ଚାୟତ ଭଗବତୀପୁର ଗ୍ରାମର ପୁଷ୍ପ ବେହେରାଙ୍କର ମୃତ୍ୟୁ ଘଟିଛି। ଚନ୍ଦକା ଥାନା ପୁଲିସ ଗିରଫ କରିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ‌ହୋଇଥିଲା। ତାଙ୍କୁ ପ୍ରଥମେ ମେଣ୍ଢାଶାଳ, ପରେ କ୍ୟାପିଟାଲ ଓ ଶେଷରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ପୁଷ୍ପଙ୍କୁ ବାତ ମାରିଥିବାରୁ ମେଡିକାଲ ନିଆଯାଇଥିବା ପୁଲିସ କହିଛି। କିନ୍ତୁ ମୃତ୍ୟୁର କାରଣକୁ ନେଇ ଗ୍ରାମବାସୀ ସନ୍ତୁଷ୍ଟ ନଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର