ଭୁବନେଶ୍ବର: ଲକ୍ଡାଉନ୍ ପାଇଁ ମଦ କେବଳ ଅନଲାଇନ୍ ହୋମ୍ ଡେଲିଭରି ଚାଲୁଥିବା ବେଳେ ଚୋରା ବେପାରୀ ସକ୍ରିୟ ହୋଇ ଉଠିଛନ୍ତି। ଲକଡାଉନ୍ ପୂର୍ବରୁ ବିପୁଳ ପରିମାଣର ମଦ କିଣି ଏବେ ଚୋରାରେ ୩ ଗୁଣା ଅଧିକ ଦାମରେ ବିକ୍ରି କରୁଛନ୍ତି। କଟକ ରୋଡ୍ରେ ଥିବା ଏକ ରେସ୍ତୋରାଁ ଖାଦ୍ୟ ପାର୍ସଲ ସହ ମଦ ହୋମ୍ ଡେଲିଭରି କରିବା ଘଟଣା ଚର୍ଚାର ବିଷୟ ପାଲଟିଛି। ହୋଟେଲ ମାଲିକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ୍ ଗିରଫ କରିବା ସହ ନାମୀଦାମୀ ବ୍ରାଣ୍ଡର ୧୮ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରିଛି। ଗିରଫ ହୋଟେଲ ମାଲିକ ହେଲେ, କଟକର ଧର୍ମେନ୍ଦ୍ର ହାଜରା। ପୁଲିସ୍ ସୂଚନାନୁସାରେ, ଧର୍ମେନ୍ଦ୍ରଙ୍କର କଟକ ରୋଡ୍ରେ ସ୍ବାଦ୍ ରେସ୍ତୋରାଁ ରହିଛି। ସେଠାରୁ ଖାଦ୍ୟ ପାର୍ସଲ ସହ ମଦ ହୋମ୍ ଡେଲିଭରି କରୁଥିଲେ। ଏନେଇ ଥାନାରେ ଅଭିଯୋଗ ପହଞ୍ଚିବା ପରେ ଆଜି ପୁଲିସ୍ ଚଢ଼ଉ କରିଥିଲା। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ୍ ମାମଲା ରୁଜୁ କରିଛି।
ଚୋରା ମଦ ହୋମ୍ ଡେଲିଭରି, ରେସ୍ତୋରାଁରୁ ଖାଦ୍ୟ ପାର୍ସଲ ସହ ଯାଉଥିଲା ମଦ
ନାମୀଦାମୀ ବ୍ରାଣ୍ଡର ୧୮ ଲିଟର ମଦ ଜବତ, ମାଲିକ ଗିରଫ
/sambad/media/post_attachments/wp-content/uploads/2020/05/delivery-boy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)