ଭୁବନେଶ୍ବର: ରାଜ୍ୟରେ ଏମ୍ଆରପିଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ। ପ୍ରଶ୍ନକାଳରେ ଏ ସମ୍ପର୍କିତ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଏହାକୁ ସ୍ବୀକାର କରିଛନ୍ତି। ବିଧାୟକ ଅରବିନ୍ଦ ଢାଲୀଙ୍କ ପ୍ରଶ୍ନରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ ରାଜ୍ୟର ଅନେକ ସ୍ଥାନରେ ଏମ୍ଆରପିଠାରୁ ଅଧିକ ଦାମରେ ମଦ ବିକ୍ରି ହେଉଛି । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଅଚାନକ ପରିଦର୍ଶନ ସମୟର ଏଭଳି ଘଟଣା ସାମ୍ନାକୁ ଆସିଲେ ତଦନ୍ତ କରାଯାଇଥାଏ। ଅଧିକ ଦରରେ ବିକ୍ରି ଅଭିଯୋଗ ଆସିବା ମାତ୍ରେ ଜିଲ୍ଲା ସ୍ତରର ଆବଶ୍ୟକ ସ୍ତରରେ ଡିଭିଜନ ସ୍ତରରେ ତଦନ୍ତ କରାଯାଇଥାଏ। ରାଜ୍ୟ ସ୍ତରୀୟ ସ୍କ୍ୱାଡ ଦ୍ବାରା ତଦନ୍ତ ହୋଇଥାଏ। ଅଭିଯୋଗ ସତ୍ୟାସତ୍ୟ ପ୍ରମାଣିତ ହେଲେ ଲାଇସେନ୍ସଧାରୀଙ୍କ ବିରୋଧରେ ଗୁରୁତର ଇ-ରେଗୁଲାରିଟି ରିପୋର୍ଟ ଦାୟର ହେବା ସହ କାର୍ଯ୍ୟାନୁଷ୍ଠାନ ହୋଇଥାଏ।
ଏହି କ୍ରମରେ ୨୦୨୧ -୨୨ ଆର୍ଥିକ ବର୍ଷରେ ୨୯ ଟି ଗୁରୁତର ଇ-ରେଗୁଲାରିଟି ରିପୋର୍ଟ ଦାୟର ହୋଇଛି । ଏ ବାବଦରେ ୨୯ ଲକ୍ଷ ଟଙ୍କାର ଜରମାନା ଆଦାୟ କରାଯାଇଛି । ସେହିପରି ୨୦୨୨-୨୩ ଜୁନ ସୁଦ୍ଧା ଏମ୍ଆରପିଠାରୁ ଅଧିକ ଦାମ୍ର ଦେଶୀ ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ୩୧ଟି ଏସଆଇଆର ମାମଲା ଦାୟର ହୋଇଛି। ସେଥିମଧ୍ୟରୁ ୮ଟି ମାମଲାରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ବାକି ୨୩ ଟି ମାମଲା ବିଚାରାଧୀନ ରହିଛି ବୋଲି ସେ ତାଙ୍କ ଉତ୍ତରରେ କହିଛନ୍ତି।
ଏହାଛଡ଼ା ଗୃହରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବି ଏ ସଂପର୍କରେ ପ୍ରଶ୍ନ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ ଜନଗହଳି ଓ ମନ୍ଦିରଠାରୁ କେତେ ଦୂରରେ ମଦ ଦୋକାନ ହେବା ଉଚିତ୍? ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି କି ନାହିଁ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/1647368094_1644603585_odisha-legislative-assembly.jpg)