ପ୍ରକାଶ ପାଇଲା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚିଠା ତାଲିକା: ସଂରକ୍ଷିତ ୩୮ରୁ ୨୯ ମହିଳା

୨୯ ଅଣସଂରକ୍ଷିତ

ଭୁବନେଶ୍ବର : ଓବିସିଙ୍କ ପାଇଁ ସଂରକ୍ଷଣ ଆସନକୁ ବାଦ୍‌ ଦେଇ ଶୁକ୍ରବାର ପୁଣି ଥରେ ବିଏମ୍‌ସି ପାଇଁ ସୀମା ନିର୍ଦ୍ଧାରଣ ଓ ୱାର୍ଡ ଚିଠା ସଂରକ୍ଷଣ ତାଲିକା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଗତ ମାସ ୧୦ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ବାତିଲ ହେବା ପରେ ଏହି ସାନି ବିଜ୍ଞପ୍ତି ଜାରି ହୋଇଛି। ଜନସାଧାରଣଙ୍କ ଠାରୁ ବିଭାଗ ପ୍ରସ୍ତାବ ଓ ଅଭିଯୋଗ ଆହ୍ବାନ କରିଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଜନସାଧାରଣ ଅଭିଯୋଗ ଓ ପ୍ରସ୍ତାବ ଦେଇପାରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ଓ ୱାର୍ଡ ସୀମା ନିର୍ଦ୍ଧାରଣ ତାଲିକାରେ ସୀମା ନିର୍ଦ୍ଧାରଣରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଗତ ୧୦ ତାରିଖରେ ପ୍ରକାଶ ପାଇଥିବା ତାଲିକା ସହ ସମାନ ରହିଛି। ପୂର୍ବରୁ ୬୭ ୱାର୍ଡରୁ ୪୭ ୱାର୍ଡକୁ ସଂରକ୍ଷିତ ରଖାଯାଇଥିଲା। ଏଥିମଧ୍ୟରୁ ୨୦ଟି ୱାର୍ଡ ଅଣସଂରକ୍ଷିତ ଥିଲା। ଏବେ ୩୮ ୱାର୍ଡ ସଂରକ୍ଷିତ ଥିବା ବେଳେ ୨୯ଟି ଅଣସଂରକ୍ଷିତ ରହିଛି। ସଂରକ୍ଷିତ ୩୮ଟି ଆସନରୁ ୨୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ପୂର୍ବ ତାଲିକାରେ ସଂରକ୍ଷିତ ୪୭ ୱାର୍ଡ ମଧ୍ୟରୁ ୧୮ଟି ପଛୁଆବର୍ଗ(ପୁରୁଷ/ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିଲା। ସେଗୁଡ଼ିକ ହେଉଛି ୧୨, ୨୫, ୨୭, ୩୧, ୩୨, ୩୩, ୩୫, ୪୨, ୪୩, ୪୮, ୫୪, ୫୫, ୫୬, ୫୭, ୬୨, ୬୪, ୬୭। ଏବେ ଏହି ଆସନ ମଧ୍ୟରୁ ୩୫, ୪୮, ୬୪ ଓ ୬୭କୁ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ବାକି ୧୪ଟିକୁ ଅଣସଂରକ୍ଷିତ ରଖାଯାଇଛି। ସେହିଭଳି ପୂର୍ବ ତାଲିକାରେ ୮ ନମ୍ବର ୱାର୍ଡ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏଥର ତାହା ଏସ୍‌ଟିଙ୍କ ପାଇଁ ସଂରକ୍ଷିତ ରହିଛି। ୧୦ ନମ୍ବର ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏଥର ତାହାକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚିଠା ତାଲିକା

ୱାର୍ଡ ନମ୍ବର   ୨୦୧୪   ୨୦୨୨

୧ ମହିଳା ଅଣସଂରକ୍ଷିତ
୨ ଏସ୍‌ଟି ଏସ୍‌ସି ମହିଳା
୩ ପଛୁଆବର୍ଗ ମହିଳା ଅଣସଂରକ୍ଷିତ
୪ ମହିଳା ଅଣସଂରକ୍ଷିତ
୫ ଓବିସି ମହିଳା
୬ ମହିଳା ଅଣସଂରକ୍ଷିତ
୭ ମହିଳା ଅଣସଂରକ୍ଷିତ
୮ ମହିଳା ଏସ୍‌ଟି
୯ ଓବିସି ମହିଳା ଅଣସଂରକ୍ଷିତ
୧୦ ଏସ୍‌ସି ମହିଳା ଅଣସଂରକ୍ଷିତ
୧୧ ଓବିସି ମହିଳା ମହିଳା
୧୨ ଏସ୍‌ସି ଅଣସଂରକ୍ଷିତ
୧୩ ଅଣସଂରକ୍ଷିତ ଏସ୍‌ସି ମହିଳା
୧୪ ଏସ୍‌ସି ଅଣସଂରକ୍ଷିତ
୧୫ ଅଣସଂରକ୍ଷିତ ମହିଳା
୧୬ ଏସ୍‌ଟି ମହିଳା ଅଣସଂରକ୍ଷିତ
୧୭ ଓବିସି ମହିଳା ମହିଳା
୧୮ ଓବିସି ମହିଳା ଏସ୍‌ସି
୧୯ ଓବିସି ମହିଳା ଅଣସଂରକ୍ଷିତ
୨୦ ଏସ୍‌ଟି ମହିଳା ଅଣସଂରକ୍ଷିତ
୨୧ ଅଣସଂରକ୍ଷିତ ଏସ୍‌ସି
୨୨ ଓବିସି ଏସ୍‌ଟି ମହିଳା
୨୩ ଓବିସି ମହିଳା
୨୪ ମହିଳା ଅଣସଂରକ୍ଷିତ
୨୫ ମହିଳା ଅଣସଂରକ୍ଷିତ
୨୬ ଏସ୍‌ସି ଏସ୍‌ଟି ମହିଳା
୨୭ ମହିଳା ଅଣସଂରକ୍ଷିତ
୨୮ ଓବିସି ମହିଳା ମହିଳା
୨୯ ଅଣସଂରକ୍ଷିତ ଅଣସଂରକ୍ଷିତ
୩୦ ମହିଳା ଅଣସଂରକ୍ଷିତ
୩୧ ଅଣସଂରକ୍ଷିତ ଅଣସଂରକ୍ଷିତ
୩୨ ମହିଳା ଅଣସଂରକ୍ଷିତ
୩୩ ଅଣସଂରକ୍ଷିତ ମହିଳା

୩୪ ଓବିସି ଅଣସଂରକ୍ଷିତ
୩୫ ଏସ୍‌ସି ମହିଳା
୩୬ ଅଣସଂରକ୍ଷିତ ଏସ୍‌ସି
୩୭ ଓବିସି ମହିଳା
୩୮ ଅଣସଂରକ୍ଷିତ ମହିଳା
୩୯ ଓବିସି ମହିଳା ଅଣସଂରକ୍ଷିତ
୪୦ ଅଣସଂରକ୍ଷିତ ମହିଳା
୪୧ ଓବିସି ମହିଳା
୪୨ ଏସ୍‌ସି ମହିଳା ଅଣସଂରକ୍ଷିତ
୪୩ ମହିଳା ଅଣସଂରକ୍ଷିତ
୪୪ ମହିଳା ଅଣସଂରକ୍ଷିତ
୪୫ ଅଣସଂରକ୍ଷିତ ଅଣସଂରକ୍ଷିତ
୪୬ ଓବିସି ମହିଳା
୪୭ ଓବିସି ମହିଳା
୪୮ ଅଣସଂରକ୍ଷିତ ମହିଳା
୪୯ ଓବିସି ମହିଳା
୫୦ ଅଣସଂରକ୍ଷିତ ଅଣସଂରକ୍ଷିତ
୫୧ ମହିଳା ଅଣସଂରକ୍ଷିତ
୫୨ ଅଣସଂରକ୍ଷିତ ଅଣସଂରକ୍ଷିତ
୫୩ ଓବିସି ମହିଳା
୫୪ ମହିଳା ଅଣସଂରକ୍ଷିତ
୫୫ ମହିଳା ଅଣସଂରକ୍ଷିତ
୫୬ ଅଣସଂରକ୍ଷିତ ଅଣସଂରକ୍ଷିତ
୫୭ ମହିଳା ଅଣସଂରକ୍ଷିତ
୫୮ ଓବିସି ମହିଳା
୫୯ ଅଣସଂରକ୍ଷିତ ଅଣସଂରକ୍ଷିତ
୬୦ ମହିଳା ଅଣସଂରକ୍ଷିତ
୬୧ ମହିଳା ଅଣସଂରକ୍ଷିତ
୬୨ ଅଣସଂରକ୍ଷିତ ମହିଳା
୬୩ ଅଣସଂରକ୍ଷିତ ମହିଳା
୬୪ ଅଣସଂରକ୍ଷିତ ମହିଳା
୬୫ ମହିଳା ଅଣସଂରକ୍ଷିତ
୬୬ ଓବିସି ମହିଳା
୬୭ ଅଣସଂରକ୍ଷିତ ମହିଳା

ସମ୍ବନ୍ଧିତ ଖବର