ଭୁବନେଶ୍ବର: ସାହିତ୍ୟ ପତ୍ରିକା ‘ଶିଳାଶ୍ରୀ’ର ପୂଜାସଂଖ୍ୟା ଓ ମଞ୍ଜୁଳା ତ୍ରିପାଠୀଙ୍କ ‘ତଥାସ୍ତୁ’ କବିତା ପୁସ୍ତକ ବୁଦ୍ଧ ମନ୍ଦିରଠାରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଆୟକର ଆୟୁକ୍ତ ମନୋରଂଜନ ପାଣିଗ୍ରାହୀ ଯୋଗଦେଇ ପୁସ୍ତକକୁ ଉନ୍ମଚନ କରିଥିଲେ। ପୁସ୍ତକକୁ ଡ. ଦେବାଶିଷ ମହାପାତ୍ର ସମୀକ୍ଷା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଡ. ପ୍ରୀତିପ୍ରତିଭା ଭୋଳ ଓ ପୂର୍ବତନ ଭାଷା ପ୍ରତିଷ୍ଠାନର ଅଧ୍ୟକ୍ଷା ଡ. ତମାସାରାଣୀ ଦାସମହାପାତ୍ର ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ସଂଗୀତ କ୍ଷେତ୍ରରେ ଲତିକା ମହାପାତ୍ର, ଆଧ୍ୟାତ୍ମିକ କବିତାରେ ଶକୁନ୍ତଳା ରାଉତରାୟ , ଗପରେ ମଂଜୁଲତା ସିଂ, ସଂସ୍କୃତିରେ ସଂଯୁକ୍ତା ସ୍ବାଇଁ ଓ ଛାତ୍ରୀ ପ୍ରତିଭାରେ ମିଲନ କୁମାରୀ ପଣ୍ଡାଙ୍କୁ ସମ୍ମାନିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମିନତି ବେହେରା ସଭା ପରିଚାଳନା କରିଥିଲେ ଏବଂ ମଂଜୁଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ସାହିତ୍ୟ ପତ୍ରିକା ‘ଶିଳାଶ୍ରୀ’ ଓ ମଞ୍ଜୁଳା ତ୍ରିପାଠୀଙ୍କ ‘ତଥାସ୍ତୁ’ ଉନ୍ମୋଚିତ
/sambad/media/post_attachments/wp-content/uploads/2021/09/45d456adg456ad12g3da123g132adgdgggggd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)