ବୁଲ୍‌ଗେରିଆରେ ଜିତିଲେ ଲିଟିଲ ମିସ୍‌ ଗାଲାକ୍ସି ଟାଇଟଲ୍‌ : ରାଜ୍ୟ ପାଇଁ ଗୌରବ ଆଣିଲେ ମୃଗାକ୍ଷୀ

ଚନ୍ଦ୍ରଶେଖରପୁର : ବୁଲ୍‌ଗେରିଆର ରାଜଧାନୀ ସୋଫିଆରେ ଅନୁଷ୍ଠିତ ଲିଟିଲ ମିସ୍‌ ଗାଲାକ୍ସି ପ୍ରତିଯୋଗିତାରେ ପାଞ୍ଚ ବର୍ଷର କୁନି ଝିଅ ମୃଗାକ୍ଷୀ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ସୋଫିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଲିଟିଲ ମିସ୍‌ ଏଣ୍ଡ୍‌ ମାଷ୍ଟର ଗାଲାକ୍ସି ପ୍ରତିଯୋଗିତାରେ ମୃଗାକ୍ଷୀ ଲିଟିଲ ମିସ୍‌ ଗାଲାକ୍ସି ବିଜେତା ମୁକୁଟ ପିନ୍ଧିଛନ୍ତି। ରାଜଧାନୀର ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ କେଜି-୨ରେ ଅଧ୍ୟୟନ କରୁଥିବା ମୃଗାକ୍ଷୀ କଟକରେ ବାସ କରୁଥିବା ସଂଘମିତ୍ରା ପଟ୍ଟନାୟକ ଓ ରାକେଶ କୁମାରଙ୍କ ଏକମାତ୍ର କନ୍ୟା।

ସମ୍ବନ୍ଧିତ ଖବର