‘ଲିଟିଲ ମିସ୍‌ ଓ୍ଵାର୍ଲଡ ପ୍ରତିଯୋଗିତା’ରେ ଭାଗ ନେବେ ଓଡ଼ିଆ ଝିଅ ଲାବଣ୍ୟା

ଭୁବନେଶ୍ୱର: ଓଡ଼ିଆ ଝିଅ ଏବେ କେଉଁଥିରେ କମ୍‌ ନୁହନ୍ତି। ରୂପ, ଗୁଣ ଓ ବୁଦ୍ଧିରେ ସେମାନେ ପଛରେ ନାହାନ୍ତି। ଖାଲି ନିଜ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ନିଜକୁ ପ୍ରତିଷ୍ଠା କରି ଦେଶର ଗୌରବକୁ ବଜାୟ ରଖିବାରେ ସଫଳ ହୋଇପାରିଛନ୍ତି। ଏମିତି ଜଣେ ଝିଅ ହେଉଛନ୍ତି ଲାବଣ୍ୟା ଦାସ। ୟୁନିଟ-୮ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଲାବଣ୍ୟା କୋଚିରେ ଅନୁଷ୍ଠିତ ଆନ୍ତର୍ଜାତିକ ‘ମିସ୍‌ ପ୍ରି-ଟିନ୍‌ ଇଣ୍ଟରନ୍ୟାସନାଲ-୨୦୧୭’ର ପଦକ ହାସଲ କରିଥିଲେ। ଏହାପରେ ଥାଇଲାଣ୍ଡରେ ହେବାକୁ ଥିବା ଲିଟିଲ ମିସ୍‌ ଓ୍ଵାର୍ଲଡ ଓ ବୁଲଗେରିଆରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇଛି। ଲିଟିଲ ମିସ୍‌ ଓ୍ଵାର୍ଲଡରେ ଏକମାତ୍ର ପ୍ରତିନିଧି ଭାବେ ଲାବଣ୍ୟା ଏଥିରେ ଭାରତର ଆମ୍ବାସଡର ହେବେ। ଫେସବୁକ୍‌ରେ ଏଥିପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର