ଭୁବନେଶ୍ୱର: ନିମାପଡ଼ା ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ୍ର ୧୪ ତମ ଶିକ୍ଷା ବିକାଶ ଯାତ୍ରା ଅବସରରେ ୪୦ ଜଣ ଶିଶୁ ଆଜି ‘ସମ୍ବାଦ ଭବନ’ ପରିଦର୍ଶନ କରିଛନ୍ତି। ‘ସମ୍ବାଦ’ର ଛାପାଖାନା ସହ କନକ ଟିଭି ଓ ରେଡିଓ ଚକୋଲେଟ୍ ପରିସର ମଧ୍ୟ ବୁଲି ଦେଖିଛନ୍ତି। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ’ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର ପ୍ରମୁଖ ଶିଶୁମାନଙ୍କୁ ବଡ଼ ହୋଇ କିଭଳି ଭବିଷ୍ୟତ ଗଠନ କରିବେ ସେ ନେଇ ପରାମର୍ଶ ଦେଇଛନ୍ତି। ଗ୍ରୁପ୍ ସମ୍ପାଦକ ସୁମନ୍ତ ମହାରଣାଙ୍କ ନେତୃତ୍ବରେ ନିମାପଡ଼ାରୁ ବାହାରି ପ୍ରଥମେ ଆଞ୍ଚଳିକ ପାଣିପାଗ କେନ୍ଦ୍ର, ପାର୍ଲେ ଜି ବିସ୍କୁଟ କମ୍ପାନି ବୁଲି ଦେଖିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଅପେରା ମଡେଲ୍-୨୦୧୮ ପୁପୁଲ ଭୁୟାଁଙ୍କୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ମଦଦ ଅନୁଷ୍ଠାନର ସମ୍ପାଦକ ସୁଧୀର ବେହେରା ଯୋଗ ଦେଇଥିଲେ।
‘ସମ୍ବାଦ’ ଭବନ ବୁଲିଲେ ଲିଟିଲ ଷ୍ଟାର ଗ୍ରୁପ୍ ଶିଶୁ
/sambad/media/post_attachments/wp-content/uploads/2018/12/Untitled-24-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)