ଲିଟିଲ୍‌ ଉଇଙ୍ଗସ୍‌ ପ୍ଲେ’ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଶୈଳଶ୍ରୀ ବିହାରସ୍ଥିତ ଲିଟିଲ୍‌ ଉଇଙ୍ଗସ୍‌ ପ୍ଲେ’ ସ୍କୁଲର ୧୫ତମ ବାର୍ଷିକ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ୍‌ର ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ନରେନ୍ଦ୍ର ମହାପାତ୍ର କହି‌‌ଲେ, ବର୍ତ୍ତମାନ ପରିବାରରେ ଅଧିକାଂଶ ପିତା, ମାତା କର୍ମଜୀବୀ। ତେଣୁ ପିଲାମାନଙ୍କୁ ପ୍ଲେ’ ସ୍କୁଲରେ ଛାଡ଼ିବା ଦ୍ବାରା ସେମାନଙ୍କର ମାନସିକ ତଥା ବୌଦ୍ଧିକ ବିକାଶ ଭଲ ଭାବେ ହୋଇପାରିବ।

ମୁଖ୍ୟବକ୍ତା ରେଳବାଇର ପୂର୍ବତନ ପ୍ରଶାସକ ତଥା କବି ଧୀରେନ୍‌ ପଢ଼ିହାରୀ କହିଲେ, ସ୍କୁଲର ଶୈକ୍ଷିକ ବାତାବରଣ ଅତ୍ୟନ୍ତ ମୁଗ୍ଧକର। ଏହା ଜଣେ ଶିଶୁର ମାନସିକ ବିକାଶ ପାଇଁ ଖୁବ୍‌ ଉପାଦେୟ। ସ୍କୁଲର ଅଧ୍ୟକ୍ଷା ସ୍ନେହାଞ୍ଜଳି ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଶିଶୁ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସଂଚାଳକ ଶୁଭ୍ରୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର