ଭୁବନେଶ୍ବର: ରାଜ୍ୟର ୧୦୦ କୃଷକ ଉତ୍ପାଦନ ସଂଗଠନ (ଏଫ୍ପିଓ)କୁ ଋଣ ପ୍ରଦାନ କରିବା ଲାଗି ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଯେଉଁ ଅଭିଯାନ ହାତକୁ ନେଇଥିଲା ତାହା ସଫଳ ହୋଇଛି। ୨୦୨୨ ଡିସେମ୍ବରରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୧୦୧ ଏଫ୍ପିଓଙ୍କୁ ନାବାର୍ଡର ସହାୟକ ସଂସ୍ଥା ନବକିଷାନ ଜରିଆରେ ଋଣ ପ୍ରଦାନ କରାଯାଇଛି।
ଏଫ୍ପିଓମାନଙ୍କୁ ୯.୨୭ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ରାଜ୍ୟରେ ୪୦୦ ପାଖାପାଖି ଏଫ୍ଜିଓ ଥିବା ବେଳେ ସେଥିରୁ ୮୫ ପ୍ରତିଶତ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ନବକିଷାନ ପକ୍ଷରୁ ଏଫ୍ପିଓମାନଙ୍କୁ ବିନା ବନ୍ଧକରେ ଋଣ ଦିଆଯାଉଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ନାବାର୍ଡର ଅଧ୍ୟକ୍ଷ ସାଜି କେଭି ଏଫ୍ପିଓଙ୍କୁ ଋଣ ମଞ୍ଜୁର ପତ୍ର ପ୍ରଦାନ କରିଥିଲେ।