ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୦୧ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ତେବେ ଭୁବନେଶ୍ବରରେ ଏବେ ସଙ୍ଗରୋଧ ଅପେକ୍ଷା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପୂର୍ବଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୦ ପ୍ରତିଶତ ଥିବା ବେଳେ ଏହାକୁ ବୃଦ୍ଧି ପାଇ ୪୮ ପ୍ରତିଶତରେ ପହଞ୍ଚି ଯାଇଛି। ୧୦୧ ଆକ୍ରାନ୍ତଙ୍କ ମଧ୍ୟରେ ୫୨ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଗଜପତି ନଗର ନୀଳମାଧବ ବସ୍ତି, ୟୁନିଟ୍-୬ ତଳ ବସ୍ତି, ସାଲିଆ ସାହି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟାନୁଷ୍ଠାନ, ଏକାଧିକ ଘରୋଇ ହସ୍ପିଟାଲରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ କଟକ ରୋଡ୍, ବଡ଼ଗଡ଼ ନାଗେଶ୍ବର କଲୋନି, ନୂଆପଲ୍ଲୀ ସିଆରପିଏଫ୍ କ୍ୟାମ୍ପସ୍, ଭୀମଟାଙ୍ଗୀ ଭଗବତୀ ବସ୍ତି, ଗଙ୍ଗନଗର, ଲକ୍ଷ୍ମୀସାଗର ଜୟଦୁର୍ଗା ନଗର, ଶିରିପୁର ଓୟୁଏଟି କଲୋନି, ରସୁଲଗଡ଼, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳ, ରଙ୍ଗମାଟିଆ, ବୁଦ୍ଧେଶ୍ବରୀ କଲୋନି, ପୁରୁଣା ଭୁବନେଶ୍ବର, ରସୁଲଗଡ଼, ପଟିଆ, ଖଣ୍ଡଗିରି ଓ ଅନ୍ୟ ଅଞ୍ଚଳରୁ ୪୯ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୫୭୩ରେ ପହଞ୍ଚିଥିବା ବେଳେ ୨୨୫୭ ସୁସ୍ଥ ହୋଇଛନ୍ତି। ୧୨୯୬ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୮ଜଣଙ୍କ ମୃତ୍ୟୁ ହୋଇଛି।
ସ୍ଥାନୀୟ ସଂକ୍ରମଣ ୪୮%କୁ ବଢ଼ିଲା, ରାଜଧାନୀ ସାଢ଼େ ୩ ହଜାର ଟପିଲା
/sambad/media/post_attachments/wp-content/uploads/2020/08/2.-Unit-4-Road-Side-Re-Utha-Pariba-Dokanare-Bhida-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)