କଳିଙ୍ଗ ଷ୍ଟାଡିୟମ୍‌ ଫାଟକ ଖୋଲିବା ଦାବିରେ ଯୁବ ଓଡ଼ିଶାର ଧାରଣା

ଭୁବନେଶ୍ୱର : ସାଧାରଣ ଲୋକଙ୍କ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଫାଟକ ଖୋଲିବା ଦାବିରେ ଯୁବ ଓଡ଼ିଶା ସଂଗଠନ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ ମୁଖ୍ୟ ଫାଟରେ ଧାରଣା ଦିଆଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆଜକୁ ପାଖାପାଖି ଛଅ ମାସରୁ ଊର୍ଦ୍ଧ୍ୱ ହେବ ବିଭିନ୍ନ ବାହାନା ଦେଖାଇ କଳିଙ୍ଗ ଷ୍ଟାଡିୟମ୍‌ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ କରାଯାଉ ନାହିଁ। ଗତ କିଛିଦିନ ତଳେ ପ୍ରାତଃ ଭ୍ରମଣ ବେଳେ ସ୍ଥାନୀୟ ଅଞ୍ଚଳର ଡମ୍ବରୁଧର ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଗାମୀ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍‌ ସର୍ବସାଧାରଣଙ୍କ ପାଇଁ ଖୋଲାଯିବାକୁ କ୍ରୀଡ଼ାବିଭାଗ ଘୋଷଣା ନ କରେ। ତେବେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସଙ୍ଗଠନର ସଭାପତି ଅର୍ଜୁନ ବେହେରାଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଉପେନ୍ଦ୍ର ଭଞ୍ଜ, ବିଭୂତି ବେହେରା, ରାମଚନ୍ଦ୍ର ବେହେରା, ସନ୍ଦୀପ ମଲ୍ଲିକ, ଅବିନାଶ ବେହେରା, ନିହାର ରଞ୍ଜନ ମହାପାତ୍ର, ଜ୍ଞାନ ରଞ୍ଜନ ବେହେରା, ବିଭୂତି ଜେନାଙ୍କ ସମେତ ସଙ୍ଗଠନର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର