ସଟ୍‌ଡାଉନ୍‌ ପ୍ରଭାବ: କେବଳ ୪୦ ଔଷଧ ଦୋକାନ ଖୋଲିବ

ଭୁବନେଶ୍ବର: କରୋନା ପାଇଁ ପୂରା ରାଜଧାନୀରେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏପରିକି ସମସ୍ତ ଅତ୍ୟାବଶ୍ୟକ ଦୋକାନ ବି ବନ୍ଦ ରହିବ। କେବଳ ୪୦ଟି ଔଷଧ ଦୋକାନ ଖୋଲିବାକୁ ବିଏମ୍‌ସି ପକ୍ଷରୁ ଅନୁମତି ଦିଆଯାଇଛି। ୧୩ଟି ଥାନା ଅଧୀନରେ ଥିବା ୪୦ଟି ଔଷଧ ଦୋକାନକୁ ବଛା ଯାଇଛି।

ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଧୀନ ସମ୍‌ ହସ୍ପିଟାଲ ନିକଟରେ ଥିବା ସଞ୍ଜୀବନୀ ମେଡିକାଲ ଷ୍ଟୋର, ନ୍ୟୁଜ୍‌ ୭ ଅଫିସ୍ ସମ୍ମୁଖରେ ଥିବ‌ା ଶାନ୍ତି ମେଡିସିନ୍ ଷ୍ଟୋର୍‌, ପାତ୍ରପଡ଼ାରେ ଥିବା ଦୀପକ ମେଡିସିନ୍ ଷ୍ଟୋର, ନୂଆପଲ୍ଲୀ ଥାନା‌ ଅଧୀନରେ ଆଇଆର୍‌ସି ଭିଲେଜ୍‌ସ୍ଥିତ ମେଡ୍‌ପ୍ଲସ୍, ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଥିବା କ୍ୟାପିଟାଲ ଡ୍ରଗ୍ସ, ଜୟଦେବବିହାରରେ ଥିବା ଆପୋଲୋ ଫାର୍ମାସି, କ୍ୟାପିଟାଲ ଥାନା ଅଧୀନ ରାଜମହଲ ଛକରେ ଥିବା ରବୀନ୍ଦ୍ର ମେଡିକାଲ ହଲ୍‌, ୟୁନିଟ-୬ରେ ମହାନ୍ତି ଡ୍ରଗ୍‌ ହାଉସ୍, ଫରେଷ୍ଟ ପାର୍କରେ ଥିବା ଅତିଭା ଫାର୍ମ, ମଞ୍ଚେଶ୍ବର ଥାନା ଅଧୀନରେ ପଳାସୁଣିସ୍ଥିତ ସ୍ବର୍ଣ୍ଣିମା ମେଡିସିନ୍ ଷ୍ଟୋର୍, ରସୁଲଗଡ଼ ଛକରେ ଥିବା ଦି ମେଡିସିନ୍, ଭିଏସ୍‌ଏସ୍‌ ନଗରରେ ଥିବା ଅପ୍ଟିଭାଲ ହେଲ୍‌ଥ ସଲ୍ୟୁସନ୍ ପ୍ରାଇଭେଟ୍‌ ଲିମିଟେଡ୍‌, ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାରରେ ଥିବା ଆପୋଲୋ ଫାର୍ମାସି, ଡିଷ୍ଟ୍ରିକ୍ଟ ସେଣ୍ଟର୍‌‌ରେ ଥିବା ଆପୋଲୋ ଫାର୍ମାସି, ନାଲ୍‌କୋ ଛକରେ ଥିବା ଓମ୍ ଫାର୍ମାସି, ଇନଫୋସିଟି ଥାନା ଅଧୀନରେ ନୀଳାଦ୍ରିବିହାରରେ ଥିବା ମେଡ୍‌ପ୍ଲସ୍‌, ମ୍ୟାଗନେଟ୍ ଛକରେ ଥିବା ରବୀନ୍ଦ୍ର ମେଡିସିନ୍ ଷ୍ଟୋର, ପଟିଆରେ ଥିବା ମେଡ୍‌ପ୍ଲସ୍‌, ସହିଦନଗର ଥାନା ଅଧୀନରେ ପ୍ରେସ୍‌ ଛକ, ଆଚାର୍ଯ୍ୟ ବିହାର ଛକ ଓ ସହିଦନଗରରେ ଏମ୍ପାୟର୍ସ ହୋଟେଲ ସମ୍ମୁଖରେ ଥିବା ଆପୋଲୋ ଫାର୍ମାସି, ଖାରବେଳ ନଗର ଥାନା ଅଧୀନ କେଶରୀ ଟକିଜ୍ ନିକଟରେ ଥିବା ରବୀନ୍ଦ୍ର ହେଲ୍‌ଥ କେୟାର, ମଧୁସୂଦନ ନଗରରେ ଥିବା ଆପୋଲୋ ଫାର୍ମାସି, ଜନପଥରେ ଥିବା ରଞ୍ଜନ ମେଡିକାଲ ଷ୍ଟୋର୍‌, ଧଉଳି ଥାନା ଅଧୀନ ଲିଙ୍ଗିପୁରରେ ଥିବା ପ୍ରକାଶ ମେଡିକାଲ ଷ୍ଟୋର୍‌, ନୂଆଗାଁରେ ଥିବା ନୀଳାଚଳ ମେଡିକାଲ ଷ୍ଟୋର୍‌ ଓ ବାସୁଦେବ ମେଡିସିନ୍ ଷ୍ଟୋର୍‌, ଲିଙ୍ଗରାଜ ଥାନା ଅଧୀନ ବିବେକାନନ୍ଦ ମାର୍ଗ ଓ ସ‌ାମନ୍ତରାପୁର‌ରେ ଥିବ‌ା ମେଡ୍‌ ପ୍ଲସ୍‌, ବିଏମ୍‌ସି ମେଡିକାଲ ନିକଟରେ ଥିବା ଶକ୍ତିଶ୍ରୀ ମେଡିକାଲ ଷ୍ଟୋର୍, ଏୟାରଫିଲ୍ଡ ଥାନା ଅଧୀନରେ କପିଳ ପ୍ରସାଦ, ସୁନ୍ଦରପଦା, ପୋଖରୀପୁଟ ଡିଏଭି ନିକଟରେ ଥିବା ମେଡ୍‌ ପ୍ଲସ୍‌, ପୁନାମା ଗେଟ୍‌ ଛକ ନିକଟରେ ଥିବା ଆପୋଲୋ ଫାର୍ମାସି, ବଡ଼ଗଡ଼ ଥାନା ଅଧୀନ ବିଜେଇଏମ୍‌ ସ୍କୁଲ ନିକଟରେ ଥିବା ଆପୋଲୋ ଫାର୍ମାସି, ଟଙ୍କପାଣି ରୋଡ୍‌ରେ ଥିବା ମେଡ୍‌ପ୍ଲସ୍‌, ବଡଗଡ଼ ବ୍ରିଟ୍‌ କଲୋନିରେ ଥିବା ମହାବୀର ମେଡିକାଲ ହଲ୍‌, ଲକ୍ଷ୍ମୀସାଗର ଥାନା ଅଧୀନରେ ଲକ୍ଷ୍ମୀସାଗର ଛକରେ ଥିବା ନାସନାଲ୍‌ ଡ୍ରଗ୍‌ ହାଉସ୍‌, ମେଡ୍‌ ପ୍ଲସ୍‌, ଆପୋଲୋ ଫାର୍ମାସି ଖୋଲିବାକୁ ଅନୁମତି ଦିଆଯାଇଛି। ଭଲକ୍ଷ୍ମୀସାଗର ଥାନା ଅଧୀନ କେଶୁରା, ଜଗନ୍ନାଥନଗର, ମହାଦେବ ନଗର ଭଳି ବଡ଼ ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ବାସ କରୁଥିଲେ ହେଁ ଏଠାରେ କୌଣସି ଔଷଧ ଦୋକାନ ଖୋଲାଯାଇନି। ଲକ୍ଷ୍ମୀସାଗର ଛକ ନିକଟରେ ଅଯଥାରେ ତିନିଟି ଦୋକାନ ଖୋଲାଯାଇଥିବା ବେଳେ ଉପରୋକ୍ତ ଅଞ୍ଚଳରେ ଗୋଟିଏ ଔଷଧ ଦୋକାନ ଖୋଲିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର