ସ୍ୱାଭାବିକ ସ୍ଥିତି ଫେରିନାହିଁ, ଏଥର ଲକଡାଉନ୍ କଡାକଡି ହେବ : ପୁଲିସ କମିସନର

ଭୁବନେଶ୍ୱର: ଟ୍ୱିନସିଟିରେ କଡାକଡି ହେବ ଲକଡାଉନ | ଆଜି ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି | ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରିନାହିଁ ଯେଉଁଥିପାଇଁ ଚଳିତଥର ଲକଡ଼ାଉନ୍ କଡ଼ାକଡ଼ି ହେବ । ସକାଳ ୬ ଟାରୁ ଦିନ ୧ ଟା ଯାଏଁ ଦୋକାନ ଖୋଲିବ । ସେହିପରି ପାଖ ଦୋକାନରୁ କିଣାକିଣି କରନ୍ତୁ ଓ ଚାଲିଚାଲି ଯାଆନ୍ତୁ ବୋଲି କମିସନର ପରାମର୍ଶ ଦେଇଛନ୍ତି | ବରିଷ୍ଠ ନାଗରିକମାନେ ଏହି ସମୟରେ ସତର୍କ ରୁହନ୍ତୁ। ତାଲାବନ୍ଦବେଳେ ବାଇକ୍ ବ୍ୟବହାର କରନ୍ତୁ ନାହିଁ। ଜରୁରୀ ସେବାରେ ଥିବା କର୍ମଚାରୀଙ୍କ ଆଇକାର୍ଡ଼ ଆବଶ୍ୟକ । ପନିପରିବା, ତେଜରାତି ଦୋକାନୀଙ୍କ ପାଇଁ ଅସୁବିଧା ହେବନି। ଗ୍ୟାସ୍ ବିତରକ କମ୍ପାନୀ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ବୋଲି କମିସନର କହିଛନ୍ତି |

ତେବେ ରାଜ୍ୟରେ ପୂର୍ବରୁ ଥିବା ଶନିବାର ଏବଂ ରବିବାର ସଟଡାଉନକୁ ଇତିମଧ୍ୟରେ ପ୍ରତ୍ୟାହାର କରାଯାଇଥିବା ବେଳେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ କଟକଣାକୁ କଡାକଡି କରାଯାଇଛି । ଏହି ତାଲାବନ୍ଦ ସମୟରେ ସମସ୍ତ ଦୋକାନ, ଅଫିସ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ବନ୍ଦ ରହିବ ଏବଂ ଲୋକଙ୍କ ଯାତାୟତ ଉପରେ କଟକଣା ଲାଗୁ ହେବ । ତେବେ ଏହି ସମୟ ଭିତରେ ଆପଣଙ୍କୁ ଘର ଭିତରେ ରହିବାକୁ ପଡିବ । ଯଦିଓ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ତେଜରାତି, ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ମାତ୍ର ଅତ୍ୟାବଶ୍ୟକ ନଥିଲେ ଘରୁ ନ ବାହାରିକାବୁ କହିଛନ୍ତି  ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ। ସେହିଭଳି ଅତିଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି କମିସନର । ତେବେ ଯଦି କେହି ପରିବା କିମ୍ବା ତେଜରାତି ଜିନିଷ ପାଇଁ ଘରୁ ବାହାରୁଛନ୍ତି ତେବେ ପାଖ ଦୋକାନକୁ ଯାଆନ୍ତୁ ଆଉ ଚାଲି ଚାଲି ଯାଆନ୍ତୁ । ବାଇକ୍ ଯୋଗେ ବ୍ୟକ୍ତିଗତ ତଥା ପରିବା ଏବଂ ଗ୍ରୋସରୀ ସାମଗ୍ରୀ କିଣିବାକୁ ନ ଯିବାକୁ କଡା ତାଗିଦ କରିଛି କମିସନରେଟ ପୁଲିସ୍  ।

ସେହିପରି ବରିଷ୍ଠ ନାଗରିକମାନେ ଏହି ସମୟରେ ସତର୍କ ରୁହନ୍ତୁ। ତାଲାବନ୍ଦବେଳେ ବାଇକ୍ ବ୍ୟବହାର କରନ୍ତୁ ନାହିଁ ବୋଲି କମିସନର ପରାମର୍ଶ ଦେଇଛନ୍ତି ।  ଜରୁରୀ ସେବାରେ ଥିବା କର୍ମଚାରୀଙ୍କର  ଆଇକାର୍ଡ଼ ଆବଶ୍ୟକ। ପନିପରିବା, ତେଜରାତି ଦୋକାନୀଙ୍କ ପାଇଁ ଅସୁବିଧା ହେବନି। ଗ୍ୟାସ୍ ବିତରକ କମ୍ପାନୀ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ବୋଲି କମିସନର କହିଛନ୍ତି । ବିଶେଷ କରି ପୂର୍ବରୁ ସରକାରଙ୍କ ଘୋଷଣାକୁ ଲୋକମାନେ ମାନୁ ନଥିବା ଦେଖାଯାଇଥିଲା। ଏଣୁ ଏଥର କମିସନରେଟ୍‌ ପୁଲିସ କଠୋର ହେବାକୁ ସ୍ଥିର କରିଛି। କୌଣସି ପରିସ୍ଥିତିରେ ଅଣସ୍ୱୀକୃତିପ୍ରାପ୍ତ ଗାଡ଼ିକୁ ନ ଛାଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କେବଳ ସ୍ବାସ୍ଥ୍ୟଗତ, ବିବାହ ଓ ଅନ୍ୟାନ୍ୟ ଜରୁରୀକାଳୀନ କାମ‌ରେ ସ୍ୱୀକୃତି ନେଇ ବାହାରକୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର

Comments are closed.