ରାଜଧାନୀବାସୀଙ୍କୁ ପୁଣି ଥରେ ଘାରିଲାଣି ଲକ୍‌ଡାଉନ୍ ଚିନ୍ତା

ଭୁବନେଶ୍ବର : ଠିକ୍ ବର୍ଷକ ତଳେ ଆଜିର ଦିନରେ କରୋନା ସଂକ୍ରମଣ ରୋକିବା ରାଜ୍ୟ ସରକାର ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ପରେ ପରେ ରାଜଧାନୀ ପାଲଟି ଯାଇଥିଲା କରୋନାର ହଟ୍‌ସ୍ପଟ୍‌। ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ କରାଯାଇ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇଥିଲା। ତେବେ ଦୋକାନ, ବଜାର, ଅଫିସ ସାଙ୍ଗକୁ ଯାନବାହନ ଚଳପ୍ରଚଳ ଓ ଲୋକଙ୍କ ଯିବାଆସିବା ବନ୍ଦ ହୋଇଯିବାରୁ ରାଜଧାନୀବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ।

ଏହି ଲକ୍‌ଡାଉନ୍‌ର ଯନ୍ତ୍ରଣାଦାୟକ ସ୍ମୃତି ଲୋକଙ୍କ ମନରୁ ଏବେ ସହରର କେନ୍ଦ୍ରସ୍ଥଳରେ ଥିବା ଗୋଟିଏ ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାରୁ ରାଜଧାନୀବାସୀଙ୍କୁ ପୁଣିଥରେ ଲକ୍‌ଡାଉନ୍ ଚିନ୍ତା ଘାରିଲାଣି। ଆଜି ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ରାଜଧାନୀର ଅନେକ ସ୍ଥାନରେ ପୁଣିଥରେ ଲକ୍‌ଡାଉନ୍ ହେବ କି ନାହିଁ, ତାହା ହିଁ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଧିକାଂଶ ଲୋକ ନୂଆ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ ହେଁ ରାଜଧାନୀରେ ପୁଣିଥରେ ଲକ୍‌ଡାଉନ୍ ନ ହେଉ ବୋଲି ମତ ପ୍ରକାଶ କରିଥିଲେ। ତେବେ ସଂକ୍ରମଣ ରୋକିବା ଲାଗି ଲୋକେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ସର୍ବସାଧାରଣ ସ୍ଥାନରେ ଭିଡ଼ କମାଇବା ଭଳି ପଦକ୍ଷେପକୁ ସରକାର କଡ଼ାକଡ଼ି କରନ୍ତୁ ବୋଲି ଅଧିକାଂଶ ସଚେତନ ଲୋକ ମତ ଦେଇଥିଲେ।

ସମ୍ବନ୍ଧିତ ଖବର