ଭୁବନେଶ୍ବର: ଦିନ ୧୨ଟାରୁ ସରକାରୀ ଅଫିସ୍ରେ ତାଲା ପଡ଼ିଛି। କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଖୋଦ୍ ରାଜଧାନୀ ତା’ ପୁଣି ଲୋକସେବା ଭବନ ପଛରେ। ୧୨ଟାରୁ ତାଲା ପକାଇ ଅଧିକାରୀଙ୍କ ସମେତ କର୍ମଚାରୀ ଚାଲିଯାଇଥିବା ଦେଖାଯାଇଥିଲା। ଖବର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପରେ ତରବର ହୋଇ କର୍ମଚାରୀମାନେ ଅଫିସ୍ରେ ପହଞ୍ଚିଥିବା ଦେଖାଯାଇଛି। ଏହା ହେଉଛି ପୂର୍ତ୍ତ ବିଭାଗ ଡିଭିଜନ୍-୨ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆଜି ମଧ୍ୟାହ୍ନରେ କର୍ମଚାରୀମାନେ ତାଲା ପକାଇ ଚାଲି ଯାଇଥିଲେ। ରାସ୍ତା ଦୁରବସ୍ଥା ଅଭିଯୋଗ ନେଇ ଜଣେ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ଦେଢ଼ଘଣ୍ଟା ଧରି ଅପେକ୍ଷା କରିଥିଲେ। ଏ ନେଇ ଖବର ପହଞ୍ଚିବା ପରେ କେତେକ ଗଣମାଧ୍ୟମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ରାସ୍ତା ଓ ଗୃହ ନିର୍ମାଣ ବିଭାଗର କର୍ତ୍ତୃପକ୍ଷଙ୍କୁ ଏ ନେଇ ସୂଚନା ଦେବା ପରେ କର୍ମଚାରୀମାନେ ତୁରନ୍ତ ଅଫିସରେ ପହଞ୍ଚିଥିଲେ। ତେବେ କେବଳ ଆଜି ନୁହେଁ, ବିଭିନ୍ନ ସମୟରେ ଏହି କାର୍ଯ୍ୟାଳୟ ତାଲା ପଡ଼ି ରହୁଥିବା ଅଭିଯୋଗ ହୋଇଛି। ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଧିକାଂଶ ସମୟ ନିଜ ବାସଭବନରେ ବସନ୍ତି। ସେଠାରେ ବିଭିନ୍ନ ସରକାରୀ ଫାଇଲ୍ କାମ କରନ୍ତି। ସେଠାରେ ଠିକାଦାରଙ୍କ ଭିଡ଼ ଲାଗି ରହିଥାଏ। କୋଟି କୋଟି ଟଙ୍କାର କାମ ମଧ୍ୟ ବିନା ଟେଣ୍ଡରରେ ଦେଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଡିଭିଜନ୍-୨) ଲାଲମୋହନ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ଏଠାରେ ମୋତେ ଜଣେ ମାତ୍ର କର୍ମଚାରୀ ଦିଆଯାଇଛି। ମୁଁ କାମରେ ମୁଖ୍ୟାଳୟ ଯାଇଥିଲି। ଅନ୍ୟ କର୍ମଚାରୀ ଜଣକ କୌଣସି ଜରୁରୀ କାମରେ ଚାଲି ଯାଇଥିବାରୁ ଅଫିସ ତାଲା ପକାଇ ଦେଇଥିଲେ। ଆଗକୁ ଏ ନେଇ ଧ୍ୟାନ ରଖିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/29-7.jpg)