ଆଲ୍‌ମିରା ଭାଙ୍ଗି ଲୁଟିନେଲେ ୩ ଲକ୍ଷର ଗହଣା

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ଜଗନ୍ନାଥନଗରରୁ ଚୋରି ହୋଇଛି। ସିନ୍ଧିଚୋରମାନେ ଜଣକ ଘରେ ପଶି ଆଲ୍‌ମିରାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଓ ନଗଦ ୧୪ ହଜାର ଟଙ୍କା ଲୁଟି ନେଇଛନ୍ତି। ସିସି କ୍ୟାମେରାରେ ଚୋରିର ଦୃଶ୍ୟ କଏଦ ହୋଇଛି ଓ ପୁଲିସ ଫୁଟେଜ୍‌ ଧରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ଅନୁସାରେ ଘର ମାଲିକ ଓ ତାଙ୍କ ପରିବାର ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଗ୍ରିଲ୍‌ କାଟି ତାଙ୍କ ଘରେ ପଶିଛନ୍ତି। ପରିବାର ଲୋକେ ଶୋଇଥିବା ଘରକୁ ବାହାରୁ ବନ୍ଦ କରି ଦେଇଛନ୍ତି। ଏହା ପରେ ଆଲ୍‌ମିରା ଥିବା ରୁମ୍‌ରେ ପଶି ଭଙ୍ଗାରୁଜା କରିଛନ୍ତି ଓ ଆଲ୍‌ମିରାରୁ ସବୁ ଗହଣାଗାଣ୍ଠି ଓ ଟଙ୍କା ଲୁଟି ଫେରାର୍ ହୋଇଯାଇଛନ୍ତି। ସକାଳୁ ପଡ଼ୋଶୀମାନେ କବାଟ ଖୋଲିବା ପରେ ପରିବାର ଲୋକେ ବାହାରିଥିଲେ ଓ ପୁଲିସକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର