ଲାଗୋସ ଚ୍ୟାଲେଞ୍ଜ୍‌: ଋତୁପର୍ଣ୍ଣାଙ୍କୁ ଯୁଗଳ ପଦକ

ଭୁବନେଶ୍ବର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ନାଇଜେରିଆରେ ଆୟୋଜିତ ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ କ୍ଲାସିକ୍‌-୨୦୧୯ ପ୍ରତିଯୋଗିତାରେ ଦୁଇଟି ପଦକ ଜିତିଛନ୍ତି। ଶନିବାର ମିଶ୍ରିତ ଯୁଗଳ ଫାଇନାଲ୍‌ରେ ରାମଚନ୍ଦ୍ର ଶ୍ଲୋକଙ୍କୁ ସାଥୀ କରି ଖେଳୁଥିବା ଋତୁପର୍ଣ୍ଣା ୧୬-୨୧, ୧୭-୨୧ରେ ଭାରତୀୟ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ କେ ମନୀଷାଙ୍କଠୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ‌ସେହିଭଳି ମହିଳା ଏକକରେ ସେମିଫାଇନାଲ୍‌ରୁ ହାରି ସେ କାଂସ୍ୟ ପଦକ ପାଇଥିଲେ। ଗତ ସପ୍ତାହରେ ଆଫ୍ରିକୀୟ ଦେଶ ଘାନାର ଆକ୍ରାଠାରେ ଅନୁଷ୍ଠିତ ଜେଇ ୱିଲ୍‌ସନ୍‌-୨୦୧୯ ଘାନା ଓପନ୍‌ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାରେ ଋତୁପର୍ଣ୍ଣା ଦ୍ବିମୁକୁଟ ଅର୍ଜନ କରିଥିଲେ। ଏହି ପ୍ରତିଯୋଗିତାରେ ମହିଳା ଯୁଗଳରେ କୁକାପଲ୍ଲୀ ମନୀଷାଙ୍କୁ ଏବଂ ମିଶ୍ରିତ ଯୁଗଳରେ ରାମଚନ୍ଦ୍ରଙ୍କୁ ‌ସାଥୀ କରି ସେ ଏହି ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର