ବାଲିପାଟଣା ଛକରେ ରାସ୍ତାରୋକ

ବାଲିପାଟଣା : ଲୋକ ଜନଶକ୍ତି ପାର୍ଟି ପକ୍ଷରୁ ବାଲିପାଟଣା ଛକରେ ଆଜି ବିକ୍ଷୋଭ ପ୍ରଦର୍ଶନ ହେବାସହ ରାସ୍ତାରୋକ କରାଯାଇଛି। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ସମସ୍ୟା, ବେଆଇନ୍‌ କରତକଳ, ବିଦ୍ୟୁତ୍‌ ସମାସ୍ୟା, ଭଅଁରା-ନରିଶୋ କୁଣ୍ଢେଇ କେନାଲ ରାସ୍ତା ପୁନରୁଦ୍ଧାର, ଆଦି ବିଭିନ୍ନ ଦାବି ନେଇ ପାର୍ଟି ପକ୍ଷରୁ ଏପରି ବିକ୍ଷୋଭ କରାଯାଇଥିଲା। ପାର୍ଟିର ରାଜ୍ୟ ଉପସଭାପତି ଚିତ୍ତର˚ଜନ ମଲ୍ଲିକଙ୍କ ନେତୃତ୍ବରେ ଉତ୍ତରା-ନିମାପଡ଼ା ମୁଖ୍ୟରାସ୍ତାର ବାଲିପାଟଣା ଛକରେ ଏକ ସାଧାରଣ ସଭା ହୋଇଥିଲା। ପରେ ପ୍ରାୟ ୩ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା। ବିଶ୍ବନାଥ ମଲ୍ଲିକ, ସନ୍ତୋଷ ମଲ୍ଲିକ, ନିଖିଲ ବୁଦ୍ଧିଷ୍ଟ, ନିରଞ୍ଜନ ଭୋଇ, ମାୟାଧର ବହେରା ପ୍ରମୁଖଙ୍କ ସମେତ ବହୁ ପାର୍ଟି କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଖବର ପାଇ ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ର ଓ ଏସିପି ପ୍ରମୁଖ ଘଟଣାସ୍ଥଳରେ ପହିଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ। ଅପରାହ୍ଣ ପ୍ରାୟ ସାଢେ ଗୋଟାଏ ବେଳେ ରାସ୍ତାରୋକ ହଟିଥିଲା। ଥାନା ଅଧିକାରୀ ଆକାଶ ରଣାଙ୍କ ସମେତ ଏକ ପ୍ଲାଟୁନ୍‌ ପୁଲିସ୍‌ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର