ଲୋକକଳା ମହୋତ୍ସବ

ଭୁବନେଶ୍ବର: ଓଡ଼ିଶା ମ୍ୟୁଜିକ୍‌ ଓ ଆର୍ଟ ଏକାଡେମି (ଓମା) ପକ୍ଷରୁ ଲୋକକଳା ମହୋତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଲୟ ସାକ୍ଷାତ ପରଂବ୍ରହ୍ମ ବୋଲି କହିବା ସହ ଓମାର ପ୍ରୟାସକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରଶଂସା କରିଥିଲେ। ବିଧାୟକ ରାଜେନ୍ଦ୍ର ଢୋଲକିଆ, ବାସୁଦେବ ମାଲବିଷୋୟୀ, ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଲୋକକଳାର ସମୃଦ୍ଧ ପରମ୍ପରା ବାବଦରେ ବକ୍ତବ୍ୟ ଦେଇଥିଲେ। ଓମାର ସମ୍ପାଦକ ଯଯାତି କେଶରୀ ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ୨୩୮ ଜଣ କଳାକାରଙ୍କୁ ମାନପତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା। ସଂଯୋଜକ ତ୍ରିମନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବାଗତିକା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୌଭାଗ୍ୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର