ବୋହିନେଲେ ମଦ, ଦୋକାନ ଆଗରେ ଲମ୍ବା ଲାଇନ୍‌

କ୍ୟାମେରା ଦେଖି ଚିହିଁକିଲେ

ଭୁବନେଶ୍ବର : ସଟ୍‌ଡାଉନ୍ ପୂର୍ବରୁ ଲୋକ ବୋହିନେଲେ ପେଟି ପେଟି ମଦ। ଆଜି ସନ୍ଧ୍ୟାରୁ ଦୋକାନ ବନ୍ଦ ହେବା ପର୍ଯ୍ୟନ୍ତ ରାଜଧାନୀର ପ୍ରାୟ ସମସ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଆଗରେ ଲାଗିଥିଲା ଲମ୍ବା ଲାଇନ୍। ପଳାଶୁଣୀ, ରସୁଲଗଡ଼, ନୟାପଲ୍ଲୀ, ଖଣ୍ଡଗିରି, ଆଇଗିଣିଆ, କଟକରୋଡ୍, ୟୁନିଟ୍-୬ ଆଦି ଅଞ୍ଚଳରେ ଥିବା ମଦ ଦୋକାନରେ ପ୍ରବଳ ଭିଡ଼ ଲାଗିଥିଲା। ଗୋଟିଏ ଗୋଟିଏ ଦୋକାନରେ ପ୍ରାୟ ୫୦ମିଟର ପର୍ଯ୍ୟନ୍ତ ଲୋକ ଧାଡ଼ି ବାନ୍ଧିଥିଲେ ଏବଂ ଠେଲାପେଲା ହୋଇ ମଦ କିଣିଥିଲେ। ଏପରିକି କେତେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ପାଟ୍ରୋଲିଂ କରିବାକୁ ପଡ଼ିଥିଲା। ଶନିବାର ଓ ରବିବାର ଦୁଇ ଦିନ ଧରି ସଟଡାଉନ୍ ବେଳେ କେବଳ ମେଡିସିନ୍ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ଆଉ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହି ସମୟରେ ମଦ ମଧ୍ୟ ମିଳିବ ନାହିଁ। ତେଣୁ ଆଗୁଆ ମଦ କିଣି ଷ୍ଟକ ରଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା। ଯେଉଁମାନେ ପେଟି ପେଟି ମଦ ନେଇଛନ୍ତି, ସେମାନେ ଚୋରାରେ ବିକ୍ରି କରିବେ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ପେଟ୍ରୋଲ ପମ୍ପ ଖୋଲା ରହୁଥିଲେ ମଧ୍ୟ ତେଲ ପକାଇବା ପାଇଁ ଲମ୍ବା ଲାଇନ ଲାଗିଥିଲା। ଆସନ୍ତା ଦୁଇଦିନ ସଟ୍‌ଡାଉନ୍ ଥିଲେ ମଧ୍ୟ ଲୋକ କାହିଁକି ତେଲ ପକାଉଛନ୍ତି, ତାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର