ଚାଳକଙ୍କ ଆନ୍ଦୋଳନର ପ୍ରଭାବ: ପେଟ୍ରୋଲ୍‌ ପମ୍ପରେ ଲମ୍ବା ଲାଇନ୍‌, ବଜାରରେ ହଇଚଇ

ଭୁବନେଶ୍ୱର: ଚାଳକଙ୍କ ଆନ୍ଦୋଳନର ପ୍ରଭାବ ସାଧାରଣ ଜନଜୀବନ ଉପରେ ଦେଖାଦେଇଛି। ପରିବା ବଜାରଠାରୁ ଆରମ୍ଭ କରି ପେଟ୍ରୋଲ୍‌ ପମ୍ପ ଓ ସାଧାରଣ ପରିବହନ ବ୍ୟବସ୍ଥା‌ରେ ସମସ୍ୟା ଦେଖାଦେଇଛି। ପେଟ୍ରୋଲ, ଡିଜେଲ୍‌ ଆସିପାରୁ ନଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ନିଅଣ୍ଟିଆ ସ୍ଥିତି ଦେଖାଦେଲାଣି। ଆଗକୁ ପରିସ୍ଥିତି ଜଟିଳ ହେବା ଆଶଙ୍କାରେ ଲୋକେ ଗୁରୁବାର ଦିନ ରାଜଧାନୀରେ ଥିବା ସବୁ ପେଟ୍ରୋଲ ପମ୍ପ ଆଗରେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଥିଲା। କିଛି ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ତେଲ ଦେଉଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ, ରାଜଧାନୀକୁ ପ୍ରତିଦିନ ୩ ଲକ୍ଷ ୩୦ ହଜାର ଲିଟର ପେଟ୍ରୋଲ ଓ ୨ଲକ୍ଷ ୩୫ହଜାର ଲିଟର ଡିଜେଲ୍‌ର ଆବଶ୍ୟକତା ରହିଛ। ଚାଳକଙ୍କ ଆନ୍ଦୋଳନ ଏମିତି ଜାରି ରହିଲେ, ୨/୩ ଦିନରେ ଅବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି। ଯାହା ପେଟ୍ରୋଲ, ଡିଜେଲ୍‌ ଗଚ୍ଛିତ ଅଛି, ତାହା ସରିଯିବାର ଆଶଙ୍କା ରହିଛି। ସେହିପରି ପରିବା ଦରରେ ମଧ୍ୟ ନିଆଁ ଲାଗିଛି। ବାହାର ରାଜ୍ୟରୁ ଆସୁଥିବା ଆଳୁ ଓ ଅନ୍ୟ ପରିବା ବୋଝେଇ ଗାଡ଼ିଗୁଡ଼ିକ ଅଟକି ରହିଥିବାରୁ ରାଜଧାନୀରେ କୃତ୍ରିମ ଅଭାବ ଦେଖାଦେଇଛି। ଖୁଚୁରା ବଜାରରେ ଦର ୩ ଗୁଣା ହୋଇଯାଇଛି।

ସମ୍ବନ୍ଧିତ ଖବର