ବଟି ନମିଳିବାରୁ ହୋଟେଲରେ ଭଙ୍ଗାରୁଜା ଓ ଲୁଟ୍‌ପାଟ୍‌

ବାଲିଅନ୍ତା: ଦାଦାବଟି ନ ମିଳିବାରୁ ଆଜି ସ୍ଥାନୀୟ ଭିଙ୍ଗାରପୁର କୁଶଭଦ୍ରା ସେତୁ ନିକଟସ୍ଥ ଏକ ହୋଟେଲରେ ୫ ଜଣ ଦୁର୍ବୃତ୍ତ ଲଙ୍କାକାଣ୍ଡ କରିଛନ୍ତି। ହୋଟେଲ କର୍ମଚାରୀଙ୍କୁ ମାଡ଼ ମାରିବ‌ା ସହ କ୍ୟାସ୍‌ ବକ୍ସରୁ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି ଓ ସେମାନଙ୍କୁ ବେଖାତିର୍ କରିଥିବା ଲାଗି ହୋଟେଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ପାଇ ବାଲିଅନ୍ତା ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି କାହାକୁ ଗିରଫ କରିପାରିନାହିଁ।

ହୋଟେଲ କର୍ମଚାରୀ ସେକ୍‌ ବବୁଲ୍‌ଙ୍କ କହିବା କଥା ହଠାତ୍ ୫ ଜଣ ହୋଟେଲ୍‌ରେ ପଶି ଚେୟାର୍ ଟେବୁଲ୍‌ ଫୋପଡ଼ାଫିଙ୍ଗା କରିଥିଲେ। ବବୁଲ୍‌ ତାଙ୍କୁ ଅଟକାଇବାରୁ ସେମାନେ ତାଙ୍କୁ ନିସ୍ତୁକ ପିଟିଥିଲେ ଓ କ୍ୟାସ୍‌ ବକ୍ସ ଚାବି ଛଡ଼ାଇ ନେଇ ସେଥିରୁ ୪୫ ହଜାର ଟଙ୍କା ନେଇଥିଲେ। ଯିବା ପୂର୍ବରୁ ପୁଣି ସେମାନେ ହୋଟେଲ୍‌ କିଚେନ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଖବର ପାଇ ଘର ମାଲିକ ଚୌଧୂରୀ ଆଶିଷ ଦାସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସକୁ ଜଣାଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଛାନ୍‌ଭିନ୍ କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିଛି।

ସମ୍ବନ୍ଧିତ ଖବର