୨୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ଭୁବନେଶ୍ବର : ରାଜଧାନୀରେ ଚୋର, ଲୁଟେରା ଆତଙ୍କ ଖେଳାଇ ଚାଲିଛନ୍ତି। ଘର, ରାସ୍ତା ସବୁ କିଛି ଅସୁରକ୍ଷିତ ହୋଇ ପଡ଼ିଛି। ମଞ୍ଚେଶ୍ବର ସମେଇଗାଡ଼ିଆରୁ ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଛନ୍ତି। ପ୍ରାୟ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି। ଚୋରିର ଶିକାର ହୋଇଛନ୍ତି ପ୍ରଫୁଲ୍ଲ ପଲାରୁ। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି।

ପ୍ରଫୁଲଙ୍କ କହିବା ଅନୁସାରେ, ଗତ ୪ ତାରିଖରେ ପରିବାର ଲୋକଙ୍କ ସହ ଖୋର୍ଦ୍ଧା ବାଘମାରି ସିମରସ୍ଥିତ ଗାଁକୁ ଯାଇଥିଲେ ସେ। ଆଜି ଘରକୁ ଫେରିବା ପରେ ତାଙ୍କ କବାଟ ତାଲା, ଆଲମିରାରେ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ ପରେ ଚୋର କଳାନକା ବୁଲାଇ ଦେଇଥିବା ଜଣାପଡ଼ିଥିଲା। ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅ​ଳଙ୍କାର, ନଗଦ ୨୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ସେ ଅପରାହ୍ନରେ ଲିଖିତ ଅଭିଯୋଗ କରିଥିଲା।

ସମ୍ବନ୍ଧିତ ଖବର