ସାମ୍ବାଦିକଙ୍କୁ ମାଡ଼ ମାରି ଲୁଟ୍

ଭୁବନେଶ୍ବର : ସାମ୍ବାଦିକଙ୍କୁ ମାଡ଼ ମାରି ଲୁଟ୍। ଘଟଣା ଘଟିଛି ମଞ୍ଚେଶ୍ବର ଷ୍ଟେସନ ନିକଟ ପାର୍କରେ। ଲୁଟର ଶିକାର ହୋଇଛନ୍ତି ସମ୍ବାଦ ଚନ୍ଦ୍ରଶେଖରପୁର ରିପୋର୍ଟର ବିଦ୍ୟାଧର ବାରିକ। ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜରେ ଲୁଟେରାଙ୍କ ଚିତ୍ର କଏଦ ହୋଇଛି। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଧର ଅପରାହ୍ନରେ ପାର୍କରେ ଚାଲୁଥିଲେ। ଦୁଇଜଣ ଲୁଟେରା ତାଙ୍କୁ ମାଡ଼ ମାରି ସେ ବେକରେ ପକାଇଥିବା ସୁନା ଚେନ୍ ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର