ଭୁବନେଶ୍ବର: ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣି ଲୁଟ୍ କରାଯାଇଥିବାର ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁନ୍ଦରପଦା ଅଞ୍ଚଳର ନିରଂଜନ ସାହୁ। ସେ ଗତକାଲି ରାତି ୧୨ଟା ସମୟରେ ଦୋକାନ ବନ୍ଦ କରି ଯାଉଥିବା ସମୟରେ ଲୁଟର ଶିକାର ହୋଇଛନ୍ତି।

Advertisment

୩ଟି ବାଇକରେ ୬ ଜଣ ଆସି ଆକ୍ରମଣ କରି ଲୁଟ କରିଥିବା ଅଭିଯୋଗ ହୋଇଛି। ତାଙ୍କ ହାତରେ ଓ କାନ୍ଧରେ ଏକାଧିକ ଜାଗାରେ ଲୁଟେରାମାନେ ଆକ୍ରମଣ କରିଛନ୍ତି। ଏନେଇ ନିରଂଜନ ଏୟାରଫିଲଡ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୁଲିସ।