ଭୁବନେଶ୍ବର: ପାର୍ବଣ ସମୟରେ ରାଜଧାନୀରେ ମାତିଲେ ଦୁର୍ବୃତ୍ତ। ସକାଳୁ ସକାଳୁ ସରକାରୀ କ୍ଵାର୍ଟରରେ କଳାକନା ବୁଲେଇଲେ। ୟୁନିଟ ୮ ଅଞ୍ଚଳରୁ ଲୁଟପାଟ କରି ଫେରାର ହୋଇଯାଇଛନ୍ତି ଲୁଟେରା। ଘରର ପଛପଟ କବାଟ ଭାଙ୍ଗି ପାଖାପାଖି ୬ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି। ଛୁଆକୁ ସ୍କୁଲ ଛାଡ଼ିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ଜଣାଯାଇଛି।
ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ବସନ୍ତ କୁମାର ସେନାପତି। ବସନ୍ତଙ୍କ ପତ୍ନୀ ଲୋକସେବା ଭବନ କର୍ମଚାରୀ ବୋଲି ଜଣାଯାଇଛି। ୬ ମାସ ପୂର୍ବରୁ ଏହି ଘରେ ଚୋରି ହେଇଥିବା ବେଳେ ଆଜି ପୁଣି ସେହି ସମାନ ଘରୁ ଦୁର୍ବୃତ୍ତମାନେ ଲୁଟ କରିଥିବା କୁହାଯାଉଛି। ବାରମ୍ବାର ଚୋରି ହେବା ସତ୍ତ୍ୱେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।