ଖଣ୍ଡଗିରି: ସୋମବାର ରାତିରେ ବରମୁଣ୍ଡା ଶିବ ମନ୍ଦିର ବେଢ଼ାରୁ ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ଓ ପୁଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। କିନ୍ତୁ ଏହି ଗ୍ୟାଙ୍ଗ୍ର ଟେର୍ ମିଳିନାହିଁ। ସୂଚନାନୁସାରେ ଉକ୍ତ ଗଛଟି ପ୍ରାୟ ୧୭ ବର୍ଷ ତଳର ପୁରୁଣା। ତେଣୁ କଟା ହେବା ପରେ ଆଜି ସକାଳେ ମନ୍ଦିର ବେଢ଼ା ଚନ୍ଦନ ଚନ୍ଦନ ବାସୁଥିଲା। ଗଛର ମୋଟେଇ ପ୍ରାୟ ଦେଢ଼ଫୁଟ ହୋଇଥିବା ବେଳେ ମଂଜ ନାଲି ପଡ଼ି ସାରିଥିଲା। ଗତରାତି ପ୍ରାୟ ୨ଟା ପରେ ଦୁର୍ବୃତ୍ତମାନେ ଗଛକୁ କାଟି ନେଇଥିବା ଅନୁମାନ କରାଯାଉଛି। ଗଛମୂଳରୁ କଟର୍ ମେସିନ୍ ଦ୍ୱାରା କଟାଯାଇଥିବାବେଳେ ପ୍ରାୟ ୧୦ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଗଣ୍ଡିକୁ କାଟି ଡାଳକୁ ଅଲଗା କରାଯାଇଛି। ଗଛର ଗଣ୍ଡିଟିକୁ କେବଳ ନେଇଯାଇଛନ୍ତି। ଚୋରି ହୋଇଥିବା ଗଣ୍ଡିର ଓଜନ ପ୍ରାୟ ୪୦/୫୦ କିଲୋ ହେବ ବୋଲି ଅନୁମାନ କରାଯାଉଛି। ମନ୍ଦିର ପୂଜକଙ୍କ କହିବା ଅନୁସାରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ମନ୍ଦିର ପରିସରରେ ବୁଲାବୁଲି କରିଥିଲେ ଓ କିଛି ସମସ୍ୟା ନଥିଲା। ତେଣୁ ରାତି ୨ଟାରୁ ୩ଟା ମଧ୍ୟରେ କେହି ଏଭଳି କାଣ୍ଡ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମନ୍ଦିରରେ ନ’ ଦିନ ବ୍ୟାପି ଚାଲିଥିବା ରାମଚରିତ ମାନସ ରବିବାର ରାତିରେ ସରିଥିଲା। ତେଣୁ ସୋମବାର ରାତିରେ ମନ୍ଦିର ବେଢ଼ା ପ୍ରାୟ ଶୂନ୍ଶାନ୍ ଥିଲା। ଏହାର ସୁଯୋଗରେ ଦୁର୍ବୃତ୍ତମାନେ ଗାଛ କାଟି ନେଇଛନ୍ତି।
ଶିବ ମନ୍ଦିର ବେଢ଼ାରୁ ଚନ୍ଦନଗଛ ଚୋରି
/sambad/media/post_attachments/wp-content/uploads/2018/08/arjun-chandan-tree.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)