ବାରଙ୍ଗ : ବାରଙ୍ଗ ରେଳ ଷ୍ଟେସନ ବଜାରରେ ଫଳ ବ୍ୟବସାୟ କରୁଥିବା ବାବୁଲି ସାହୁଙ୍କଠାରୁ ଜଣେ ଦୁର୍ବୃତ୍ତ ୪ ଲକ୍ଷ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଗତରାତିରେ ଦୋକାନ ବନ୍ଦ କରି ସେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଅଭିଯୋଗ ପାଇବା ପରେ ବାରଙ୍ଗ ଥାନା ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। କିନ୍ତୁ ଦୁର୍ବୃତ୍ତର ଟେର୍ ପାଇନାହିଁ। ସୂଚନାନୁସାରେ ଦାଢ଼ାପାଟଣା ଗାଁର ପାଇକାରୀ ଫଳ ବ୍ୟବସାୟୀ ବାବୁଲି ଗତକାଲି ରାତି ପ୍ରାୟ ୯ଟା ବେଳେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ସେ ଘର ପାଖରେ ପହଞ୍ଚି ଫାଟକ ଖୋଲିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ଠିଆ ହୋଇଥିଲେ। ଏତିକିବେଳେ ହଠାତ୍ ଜଣେ ଦୁର୍ବୃତ୍ତ ସେଠାରେ ପହଞ୍ଚି ଆଖି ପିଛୁଳାକେ ତାଙ୍କ ହାତରୁ ଟଙ୍କା ବ୍ୟାଗ୍କୁ ଛଡ଼ାଇ ବାଇକ୍ ଯୋଗେ ଫେରାର୍ ହୋଇ ଯାଇଥିଲା। ବାବୁଲି ବାଇକ୍ ଷ୍ଟାର୍ଟ କରି ଦୁର୍ବୃତ୍ତର ପିଛା କରିଥିଲେ ବି ସେ ଅନ୍ତର୍ଧାନ ହୋଇଯାଇଥିଲା।
ବ୍ୟବସାୟୀଙ୍କଠୁ ୪ ଲକ୍ଷ ଲୁଟ୍
/sambad/media/post_attachments/wp-content/uploads/2021/05/loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)