ଫାଷ୍ଟଫୁଡ୍ ଦୋକାନ ଭାଙ୍ଗି ଲୁଟ୍, ସିସି କ୍ୟାମେରାରେ କାରନାମା କଏଦ

ଭୁବନେଶ୍ବର : ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅପରାଧୀଙ୍କ ରାଜ୍। ସୋମବାର ବିଳମ୍ବିତ ରାତିରେ ବଙ୍ଗୀୟ ଯାତ୍ରୀଙ୍କୁ ଛୁରାମାଡ଼ କରି ଲୁଟ୍ ଘଟଣା ପରେ ଗତକାଲି ବିଳମ୍ବିତ ରାତିରେ ଏକ ଫାଷ୍ଟଫୁଡ୍ ଦୋକାନ ଭାଙ୍ଗି କ୍ୟାସ ବାକ୍ସରୁ ୧୪ ହଜାର ଟଙ୍କା ଲୁଟି ନେଇଛନ୍ତି। ଚୋରର ପୂରା କାରନାମା ସିସିଟିଭିରେ କଏଦ ହୋଇ ରହିଛି।

ସିସିଟିଭିରେ କଏଦ ହୋଇଥିବା ଫୁଟେଜ ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ୨ରୁ ୨ଟା ୫ ଭିତରେ ଜଣେ ଚୋର ଦୋକାନ ଫାଷ୍ଟଫୁଡ୍ ଦୋକାନ ଭିତରକୁ ପଶୁଛି। କ୍ୟାସ ବାକ୍ସ ଖୋଲି ତା ଭିତରୁ ଟଙ୍କା ନେଇ ଫେରାର ହୋଇ ଯାଉଛି। ବୁଧବାର ସକାଳେ ଦୋକାନ ମ୍ୟାନେଜର ଏ ସମ୍ପର୍କରେ ଜାଣିବା ପରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ରାଜଧାନୀର ଛାତି ଉପରେ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଚୋର, ଲୁଟେରା ସକ୍ରିୟ ହେବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ପଶ୍ଟିମବଙ୍ଗର ଯାତ୍ରୀ ଓମପ୍ରକାଶ ସୋନି ଟ୍ରେନରୁ ଓହ୍ଲାଇ ହୋଟେଲକୁ ଯାଉଥିବା ବେଳେ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଅଳ୍ପ ଦୂରରେ ଦୁଇ ଜଣ ଲୁଟେରା ଛୁରାମାଡ଼ କରି ଲଗେଜ୍ ବ୍ୟାଗ୍, ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର