ଭୁବନେଶ୍ବର : ଗତକାଲି ରାତିରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଜଣେ ସାମ୍ବାଦିକ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସୁନାମୁଦି, ମୋବାଇଲ୍ ଫୋନ୍ ଓ ଟଙ୍କା ହରାଇଛନ୍ତି। ଲୁଟ୍ର ଶିକାର ହୋଇଥିବା ସମ୍ବାଦିକ ହେଲେ ସୌମ୍ୟରଞ୍ଜନ ସେଠୀ। ଦୁର୍ବୃତ୍ତମାନେ ତାଙ୍କ ବେକରେ ଖଣ୍ଡା ଲଗାଇବା ସହ ଛୁରିରେ ତାଙ୍କୁ କ୍ଷତାକ୍ତ କରି ଲୁଟ୍ କରିଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସୌମ୍ୟ ଗତକାଲି ଅଫିସରୁ ଘରକୁ ଫେରୁଥିବା ବେଳେ କସ୍ତୁରବା ଆଶ୍ରମ ନିକଟରେ ୪ଜଣ ଲୁଟେରା ତାଙ୍କୁ ଅଟକାଇଥିଲେ। ତାଙ୍କ ବେକରେ ଖଣ୍ଡା ଲଗାଇ ମୋବାଇଲ୍ ଫୋନ୍ ଓ ପକେଟ୍ରୁ ପର୍ସ ଛଡ଼ାଇ ନେଇଥିଲେ। ମାତ୍ର ସୁନା ମୁଦି ଦେବାକୁ ସୌମ୍ୟ ଅମଙ୍ଗ ହେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରିରେ ଭୁସି ପକାଇଥିଲେ। ତେଣୁ ବାଧ୍ୟ ହୋଇ ସେ ସୁନାମୁଦି ବାହାର କରି ବଢ଼ାଇ ଦେଇଥିଲେ। ଅଭିଯୋଗ ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍ଭିନ୍ କରିବା ସହିତ ସିସି କ୍ୟାମେରା ଆଧାରରେ ତଦନ୍ତ ଚଳାଇଛି।
ଖଣ୍ଡା ଲଗାଇ ସାମ୍ବାଦିକଙ୍କୁ ଲୁଟିଲେ
/sambad/media/post_attachments/wp-content/uploads/2022/01/loot1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)