ଖଲି କାରଖାନାରୁ ବିପୁଳ ଯନ୍ତ୍ରପାତି ଚୋରି

ମେଣ୍ଢାଶାଳ : ଯାଁଳା ଫାଣ୍ଡି ଅନ୍ତର୍ଗତ ଗୋହିରା ଛକ ନିକଟସ୍ଥ ଏକ ଖଲି ତିଆରି କାରଖାନାରୁ ଗତକାଲି ବିଳମ୍ବିତ ରାତିରେ ଯନ୍ତ୍ରପାତି ଚୋରି ହୋଇଯାଇଛି। ଆଜି ମାଲିକ ପ୍ରଦୀପ କୁମାର ସ୍ୱାଇଁ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସା‌ରେ, ଖଲି ତିଆରିରେ ବ୍ୟବହୃତ ମେସିନ୍‌ରୁ ଦୁଇଟି ମଟର, ତିନୋଟି ଫ୍ୟାନ ଓ ଖଲି ସିଲେଇ ମେସିନ୍‌ ଉପକରଣ ସବୁ ଚୋରି ହୋଇଛି। ଏହି କାରଖାନାରେ ୩୫ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। କୋଭିଡ୍‌ କଟକଣା ଓ ଲକ୍‌ଡାଉନ୍ ଯୋଗୁଁ କାରଖାନାକୁ ବନ୍ଦ କରାଯାଇଛି। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ଚୋରମାନେ କଳାକନା ବୁଲେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର