ବନମାଳିପୁର ୟୁକୋ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ ହେଲା

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବନମାଳିପୁର ୟୁକୋ ବ୍ୟାଙ୍କ ଲୁଟ ଉଦ୍ୟମ ହୋଇଥିଲା। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କ ପଛ ପାର୍ଶ୍ଵ ଝରକା ଗ୍ରିଲ କାଟି ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶିଥିଲେ। ସିସିଟିଭି ସଂଯୋଗ କାଟି ଦେଇଥିଲେ। ହେଲେ ଚୋରି କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି। ସୂଚନା ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରେ ମୁତୟନ ଅଛି।

ପୁଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ କଲେ ସ୍ପଷ୍ଟ ହେବ ବୋଲି ଜଣେ ବ୍ୟାଙ୍କ କର୍ମଚାରୀ କହିଛନ୍ତି। ପ୍ରକାଶ ଥାଉ କି ବାଲିପାଟଣା ଥାନା ଅଞ୍ଚଳରେ ଚୋରି , ରାହାଜାନୀ , ଲୁଟ ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବରୁ ବନମାଳିପୁର ପୋଷ୍ଟ ଅଫିସରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଚୋରି କରିଥିଲେ। ଏଯାଏଁ ସେହି ଘଟଣାରେ ସଂଶ୍ଳିଷ୍ଟ ଅଭିଯୁକ୍ତଙ୍କୁ ପୁଲିସ୍ ଧରିବାରେ ସଫଳ ହୋଇ ନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର