ମହିଳାଙ୍କ ସୁନାହାର, ୮ହଜାର ଟଙ୍କା ଝାମ୍ପିନେଲା

ଭୁବନେଶ୍ବର : ଭୁବେନଶ୍ବର ରେଳ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକରା ମହିଳା ହେଲେ, ପଦ୍ମଜା ବେହେରା। ପଦ୍ମଜା ଆଜି ଦିନ ପ୍ରାୟ ଗୋଟାଏ ବେଳେ ପ୍ଲାଟ୍‌ଫର୍ମ-୧ରେ ରାଉରକେଲା ଇଣ୍ଟରସିଟିକୁ ଅପେକ୍ଷା କରିଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେଇଥିଲା। ସେଥିରେ ୨ଭରି ଓଜନର ଏକ ସୁନାହାର, ୮ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ରହିଥିଲା। ଏ ସଂପର୍କରେ ପଦ୍ମଜା ରେଳବାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଯାଞ୍ଚ କରି ଲୁଟେରାକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର